କରୋନା କାଳରେ ଭାରତ ବଢାଇବ ସାହାର୍ଯ୍ୟର ହାତ , ଅନ୍ୟ ଦେଶ ପାଇଁ କିଣିବ ୮.୧ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା
Khabar Odisha:During-the-coronation-India-will-extend-a-helping-hand-buying-41-lakh-doses-of-covacin-vaccines-for-other-countries
ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା):

କରୋନା ପରି ସଙ୍କଟ ସମୟରେ ଭାରତ ସରକାର ଅନ୍ୟ ଦେଶକୁ ସାହାର୍ଯ୍ୟର ହାତ ବଢାଇଛନ୍ତି । ଯାହାଫଳ ରେ ଭାରତ ବାୟୋଟେକରୁ ୮.୧ ଲକ୍ଷ ଡୋଜ୍ କୋଭାସାଇନ୍ କ୍ରୟ କରି ଅନ୍ୟ ଦେଶକୁ ଦେବାପାଇଁ ପ୍ରସ୍‌ତି ଆରମ୍ଭ କରିଦେଇଛନ୍ତି ଭାରତ ସରକାର । ଯାହାଫଳ ରେ ବୈଦେଶିକ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ଭାରତ ବାୟୋଟେକ ସହିତ ଯୋଗାଯୋଗ କରିବାକୁ କହିଛି।

ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ସରକାରଙ୍କ ଅଧୀନରେ ଥିବା ସଚିବ ଜି.କେ ପିଲ୍ଲାଇ ଫାର୍ମାସ୍ୟୁଟିକାଲ୍ ବିଭାଗର ସଚିବ ତଥା ବୈଦେଶିକ ସଚିବଙ୍କ ବୈଠକରେ ନିଜର ମତ ରଖିଛନ୍ତି। ପ୍ରକାଶ ଥାଉ କି, ଏକ ଶୁଭେଚ୍ଛା ଭାବରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ଦେଶକୁ ୮.୧ ଲକ୍ଷ ଡୋଜର ବାୟୋଟେକ୍ କୋଭାରିଏଟ୍ ଯୋଗାଇବ।

ଏହି ସ୍ମାରକପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତରେ ଟିକାକରଣ ଅଭିଯାନ ପାଇଁ ଭାରତ ବାୟୋଟେକ ଲିମିଟେଡ ସରକାରଙ୍କୁ ଏକ କୋଟି ଡୋଜ ଯୋଗାଉଛି। ଜିଏସ୍‌ଟିକୁ ବାଦ ଦେଇ ଗୋଟିଏ ଡୋଜର ମୂଲ୍ୟ ୨୯୫ ଟଙ୍କା। ଏହାସହ ଏହା ଦର୍ଶାଯାଇଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତ ବାୟୋଟେକ ନିକଟକୁ ୮.୧ ଲକ୍ଷ ଡୋଜ ପାଇବ ଯାହା ଉକ୍ତ ମୂଲ୍ୟରେ ପ୍ରଦାନ କରାଯାଇପାରିବ।

  • Tags:

Subscribe

National International State Sports Entertainment