ଆସନ୍ତା ୨ ମାସ ପର୍ଯ୍ୟନ୍ତ ୮୦ କୋଟି ଗରିବଙ୍କୁ ୫ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିବାକୁ କେନ୍ଦ୍ରର ନିଷ୍ପତି
Khabar Odisha:Centre-to-give-5-kg-free-foodgrain-to-80-crore-poor-for-next-2-months

ନୁଆଦିଲ୍ଲୀ,୨୩ଏପ୍ରିଲ(ଖବର ଓଡିଶା); ଦେଶରେ ଦୃତ ଗତିରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହିଭଳି ସଙ୍କଟ ସହିତ ମୁକାବିଲା କରିବା ପାଇଁ ଅସନ୍ତା ୨ ମାସ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବି ଅନ୍ନ ଯୋଜନା ମାଧ୍ୟମର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମି ମେ ଓ ଜୁନ ମାସ ପାଇଁ ୫ କେଜି ଲେଖାଏଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ । ଏହି ଯେଜନା ମାଧ୍ୟମରେ ୮୦ କୋଟି ଲୋକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର କରୋନାଭାଇରସର ଦ୍ୱିତୀୟ ଲହର ସମ୍ମୁଖୀନ ହେଉଥିବାବେଳେ ଦେଶର ଗରିବ ଲୋକଙ୍କୁ ପୁଷ୍ଟିକର ସହାୟତା ମିଳିବା ଜରୁରୀ ଅଟେ ।

ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ଯୋଜନା ପାଇଁ ୨୬,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment