ଖବର ଓଡିଶା :06/02/2023:
ସୁପ୍ରିମକୋର୍ଟର ୫ ବିଚାରପତି ନେଲେ ଶପଥ । ଶପଥ ପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ । ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୨ରେ ପହଞ୍ଚିଲା । ସୁପ୍ରିମକୋର୍ଟ ପରିସରରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଜଷ୍ଟିସ୍ ପଙ୍କଜ ମିତଲ, ସଞ୍ଜୟ କାରୋଲ, ପି ଭି ସଞ୍ଜୟ କୁମାର, ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ମନୋଜ ମିଶ୍ର ଏହି ଶପଥ ଗ୍ରହଣ କରିଛନ୍ତି । ସେହିପରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ର ଶପଥ ନେଇଛନ୍ତି । ଫେବ୍ରୁଆରୀ ରେ ନିଯୁକ୍ତି ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ ।
ଆଇନ ମନ୍ତ୍ରୀ କିରେନ ରିଜିଜୁ ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ପଙ୍କଜ ମିତଲ, ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ କୁମାର ଓ ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଅମାନୁଲ୍ଲାଙ୍କୁ ଏବଂ ଜଷ୍ଟିସ୍ ମନୋଜମିଶ୍ର ଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ଘୋଷଣା କରିଥିଲେ । ଅନେକ ଦିନ ହେବ ସୁପ୍ରିମକୋର୍ଟ ଏବଂ 25 ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗି ରହିଥିଲା।