ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ୱିକ ୨୦୨୬କୁ ସମ୍ବୋଧିତ କରି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା(ଫ୍ରି ଟ୍ରେଡ ଏଗ୍ରିମେଣ୍ଟ)ର ଘୋଷଣା କରିଛନ୍ତି । ସେ ଏହି ଚୁକ୍ତିନାମାକୁ ଦୁନିଆର ଦୁଇ ବଡ ଅର୍ଥବ୍ୟବସ୍ଥା ମଧ୍ୟରେ ମଜବୁତ ଭାଗିଦାରୀର ପ୍ରତୀକ ବୋଲି ଦର୍ଶାଇଛନ୍ତି । ଏହାର ସିଧାସଳଖ ଫାଇଦା ଭାରତର ଉଦ୍ୟୋଗ, ଉର୍ଜା କ୍ଷେତ୍ର ଓ ସାଧାରଣ ଜନତାଙ୍କୁ ମିଳିବ । ଏହି ଡିଲ୍ ଭାରତର ମ୍ୟାନୁଫେକଚରିଂ କ୍ଷମତାକୁ ମଜବୁତ କରିବ ଏବଂ ସର୍ଭିସ ସେକ୍ଟରକୁ ନୂଆ ସାହାରା ପ୍ରଦାନ କରିବ ।
ପିଏମ ମୋଦୀ କହିଛନ୍ତି, ଆଜି ଭାରତ ଉର୍ଜା କ୍ଷେତ୍ରରେ ଏକ ବଡ ଅର୍ଥବ୍ୟବସ୍ଥା ଭାବେ ଆର୍ବିଭାବ ହୋଇଛି । ଭାରତ ନବୀକରଣ ଉର୍ଜା, ତେଲ ଓ ଗ୍ୟାସ ପରି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ଦୁନିଆର ଅନେକ ଦେଶ ସହ ମିଶି କାମ କରୁଛି । ଆଜିର ଭାରତରେ ପ୍ରତିଟି ସେକ୍ଟରରେ ସୁଧାର ହେଉଛି । ଏହି ସୁଧାର କାରଣରୁ ଦେଶରେ ନିବେଶର ମାହୋଲ ଉନ୍ନତ ହୋଇଛି ଏବଂ ନୂତନ ରୋଜଗାରର ସୁଯୋଗ ସୃଷ୍ଟି ହେଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ-ଇୟୁ ଏଫଟିଏ, ଭାରତ ଓ ବ୍ରିଟେନ ଗତ ବର୍ଷ ସ୍ୱାକ୍ଷରିତ ବାଣିଜ୍ୟ ଚୁକ୍ତିନାମାକୁ ମଧ୍ୟ ସମର୍ଥନ ଦେବ । ଏଥିରେ ୟୁରୋପ ସହିତ ଭାରତର ମୋଟ୍ ବ୍ୟାପାର ଓ ମଜବୁତ ହେବ । ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ଭାରତ ଓ ଇୟୁ ମଧ୍ୟରେ କାରବାରକୁ ପ୍ରୋତ୍ସାହନ ଦେବ ଏବଂ ଆର୍ଥିକ ସଂପର୍କକୁ ନୂତନ ଶିଖରରେ ପହଞ୍ଚାଇବ । ସରକାରଙ୍କ କହିବା କଥା ଏଥିରେ ନିବେଶ, ରୋଜଗାର ଓ ପ୍ରଯୁକ୍ତିବିଦ୍ୟା ସହଯୋଗର ନୂଆ ରାସ୍ତା ଖୋଲିବ । ଇଣ୍ଡିଆ ଏନର୍ଜି ୱିକ କାର୍ଯ୍ୟକ୍ରମର ଉଦଘାଟନ ଗୋଆରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କରିଛନ୍ତି ।
Also read: ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ସପ୍ତାହରେ ୫ କାର୍ଯ୍ୟ ଦିବସ କରିବାକୁ ଦାବି