ଅବକାରୀ ନୀତି ଦୁର୍ନୀତି ମାମଲାରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ବ୍ୟାରେକ୍ ପରିବର୍ତେ ସେଲରେ ରଖାଯାଇଛି । ତେବେ ତିହାର ଜେଲରେ ପ୍ରଥମ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ କେଜ୍ରିୱାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଜେଲରେ ରହିବା ବେଳେ କେଜ୍ରିୱାଲ କେଉଁ ମାନଙ୍କୁ ଭେଟିବାକୁ ଚାହୁଁଛନ୍ତି ସେମାନଙ୍କ ନାମ ତାଲିକ ଜେଲ ପ୍ରଶାସନ ପାଖରେ ଦାଖଲ କରିଛନ୍ତି।
ସୂଚନା ଅନୁଯାୟୀ, ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ କେଜ୍ରିୱାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। କୋର୍ଟଙ୍କ ନିର୍ଦ୍ଦେଶ ଜେଲ୍ ମାନୁଆଲ୍ ଅନୁଯାୟୀ କେଜ୍ରିୱାଲ କେବଳ ଜଣେ କଏଦୀଙ୍କୁ ଦିଆଯାଉଥିବା ସୁବିଧା ପାଇବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ବ୍ୟାରେକ୍ ପରିବର୍ତେ ସେଲରେ ରଖାଯାଇଛି। କଏଦୀ ଭାବେ ତାଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ଓ ପିଏମଏସ୍ ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଜେଲ୍ ପରିସରରେ ଭର୍ତି କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସପ୍ତାହକୁ ଦୁଇଥର ସର୍ମ୍ପକୀୟଙ୍କୁ ଭେଟି ପାରିବେ କେଜ୍ରିୱାଲ। ତେବେ ପ୍ରଥମ ରାତି ଜେଲରେ ବିତାଇବା ସହିତ କଏଦୀ ଖାଉଥିବା ସାଧାରଣ ଖାଦ୍ୟ ମଧ୍ୟ ଖାଇଛନ୍ତି। ଏପରିକି ତାଙ୍କୁ କେହି ଭେଟିବାକୁ ଚାହିଁଲେ ସେହି ବ୍ୟକ୍ତି ତାର ସମସ୍ତ ତଥ୍ୟ ଜେଲ ପ୍ରଶାସନ ପାଖରେ ଦାଖଲ କରିବ।