ନୂଆଦିଲ୍ଲୀ: ଦେଶରେ ଜନଗଣନା-୨୦୨୭ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି। ଏହି କାର୍ଯ୍ୟରେ ଶିକ୍ଷକମାନେ ମଧ୍ୟ ନିୟୋଜିତ ଅଛନ୍ତି।
ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ଜନଗଣନା ପ୍ରକ୍ରିୟା ସକ୍ରିୟ ରହିଛି। ଦିଲ୍ଲୀରେ ଜନଗଣନା ପ୍ରକ୍ରିୟାକୁ ସୁଗମ ଭାବରେ ସମାପ୍ତ କରିବା ପାଇଁ ଅତିଥି ଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ପ୍ରାୟ ୧୪୨ ଜଣ ଅତିଥି ଶିକ୍ଷକ ସେମାନଙ୍କର କାର୍ଯ୍ୟ କରିବାକୁ ମନା କରି ଦେଇଛନ୍ତି। ସେମାନଙ୍କ ଚାକିରିକୁ ବିପଦରେ ପକାଇଛନ୍ତି। ଶିକ୍ଷକଙ୍କ ଆଚରଣ ଉପରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ମାଜିଷ୍ଟ୍ରେଟ୍ ଏହାକୁ ‘ଅବହେଳା’ ଏବଂ ‘ଅନୁଶାସନହୀନତା’ ବୋଲି କହିଛନ୍ତି ଏବଂ ସମସ୍ତ ଶିକ୍ଷକଙ୍କ ସେବାକୁ ତୁରନ୍ତ ସମାପ୍ତ କରିବାକୁ ସୁପାରିଶ କରିଛନ୍ତି।
ଆଦେଶରେ କୁହାଯାଇଛି ଯେ ଏପରି ଆଚରଣ ଜନସ୍ୱାର୍ଥ ବିରୋଧୀ ଏବଂ ଅନ୍ୟ କର୍ମଚାରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ନିୟମ ପାଳନ କରୁ ନଥିବା ଅତିଥି ଶିକ୍ଷକଙ୍କ ଉପରେ ସରକାର କ’ଣ ପଦକ୍ଷେପ ନେବେ ତାହା ଦେଖିବାକୁ ରହିଲା।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଗସ୍ତ ପୂର୍ବରୁ ଗୟାରେ ଗର୍ଜିଲା ବୁଲଡୋଜର, ବୋଧଗୟା ହାଇ ଆଲର୍ଟ