କରୋନା ଭୟ, ପାନ ମସଲା ଓ ଗୁଟଖା ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇଲେ ଉତ୍ତରପ୍ରଦେଶ ସରକାର
Khabar Odisha:uttar-pradesh-government-bans-pan-masala
ଉତ୍ତରପ୍ରଦେଶ, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

କରୋନା ଡରରେ ଉତ୍ତରପ୍ରଦେଶରେ ପାନ ମସଲା ବା ଗୁଟଖା ବିକ୍ରି ଓ ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇ ଦେଇଛନ୍ତି ୟୁପି ସରକାର। ଏ ସମ୍ପର୍କରେ ରାଜ୍ୟ ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ଉତ୍ତରପ୍ରଦେଶ ପକ୍ଷରୁ ଆଦେଶ ଜାରୀ କରାଯାଇଛି।

ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ଆଦେଶରେ କୁହାଯାଇଛି କୋଭିଡ-19 ସଂକ୍ରମଣ ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ବ୍ୟାପୁଛି ଯାହାକୁ ରୋକିବା ପାଇଁ ପୂରା ଉତ୍ତରପ୍ରଦେଶରେ ଆଜି ଠାରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରାଯାଇଛି।

ପାନ ମସଲା ବା ଗୁଟଖା ଖାଇକି ଚାରିଆଡେ ପକାଇବା ଦ୍ୱାରା ବା ଏହାର ପାଉଚ ଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ସମସ୍ତ ପ୍ରକାରର ପାନ ମସଲା ଓ ଗୁଟଖାର ପ୍ରସ୍ତୁତି କରିବା, ସଂରକ୍ଷିତ କରିବା, ବିତରଣ କରିବା ବା ବିକ୍ରୟ କରିବା ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଯାଉଛି।

  • Tags:

Subscribe

National International State Sports Entertainment