ଏହି ମାଟି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିପାରିଛି, ପାଇକଙ୍କ ବୀରତ୍ୱର କାହାଣୀ ଅନନ୍ୟ : ରାଷ୍ଟ୍ରପତି
Khabar Odisha:state-odisha-president-ramnath-kovind-speech-at-Barunei
ଭୁବନେଶ୍ୱର, ଡିସେମ୍ବର ୦୮ (ଖବର ଓଡ଼ିଶା):

ଓଡ଼ିଶାର ଖୋର୍ଦ୍ଧା ବରୁଣେଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳ ଶିଳାନ୍ୟାସ କରିବା ସହ ପାଇକଙ୍କ ବୀରତ୍ୱର କାହାଣୀକୁ ମନେପକାଇ ଉପସ୍ଥିତ ବ୍ୟକ୍ତିଙ୍କୁ ଉଦବୋଧନ ଦେଇଛନ୍ତି । 

୨ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳକୁ ଗସ୍ତ କରିଛନ୍ତି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳକୁ ଶିଳାନ୍ୟାସ କରି ଉପସ୍ଥିତ ବ୍ୟକ୍ତିଙ୍କୁ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ, ଖୋର୍ଦ୍ଧାର ଏହି ପବିତ୍ର ମାଟିରେ ପାଇକଙ୍କ ସ୍ମୁତିଚାରଣ କରାଯାଇଛି । ଏଠାକାର ପାଇକମାନେ ଅନ୍ୟାୟ ବିରୋଧରେ ଯେଉଁ ଅସ୍ତ୍ର ଉଠାଇଥିଲେ ସେମାନଙ୍କୁ ମନେ ପକାଇବା ଆବଶ୍ୟକ । ଯୁବପୀଢିଙ୍କୁ ପୂର୍ବଜଙ୍କ ବୀର ଘଟଣା ସମ୍ପର୍କରେ ଅବଗତ କରାଇବା ଓ ମହତ୍ୱ ଜଣାଇବା ରାଷ୍ଟ୍ର ନିର୍ମାଣର ଏକ ମୁଖ୍ୟ ଅଂଶ । ଏଠାରେ ଯେଉଁ ସ୍କୃତିସ୍ଥଳ ନିର୍ମାଣ ହୋଇଛି ତାହା ଭବିଷ୍ୟତରେ ମଧ୍ୟ ପାଇବ ବୀରଙ୍କ କାହାଣୀକୁ ସ୍ମରଣୀୟ କରି ରଖିବ । ଯାହା ଆଗାମୀ ପିଢିି ପାଇଁ ପ୍ରେରଣାର ସ୍ରୋତ ଭାବେ ରହିବ । ଆଗାମୀ ଦିନରେ ପ୍ରାୟ ୧୦ଏକରର ଏହି ପାଇକ ସ୍ମୃତିସ୍ଥଳ ସମିତିକୁ ତୀର୍ଥସ୍ଥଳର ମହିମା ପ୍ରାପ୍ତ ହେବ । ଏହ ପାଇକ ସ୍ମୃତିସ୍ଥଳ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବଦାନ ରହିଛି । ଏହି ଶିଳାନ୍ୟାସ ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଜ୍ୟପାଳ ଫଫେସର ଗଣେଶୀଲାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସ୍ମାରକୀ ନିର୍ମାଣ କରିବାରେ ବିଶେଷ ପ୍ରୟାସ କରିଥିବରୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ସହ ସେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଂଶସା କରିଛନ୍ତି । ଓଡ଼ିଆ ବୀର ପୁରୁଷଙ୍କୁ ସ୍ମରଣ କରିଛନ୍ତି ରାଷ୍ଟ୍ରପତି । ସେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିଜୁ ପଟ୍ଟନାୟକଙ୍କ ନାଁ ନେଇଛନ୍ତି । ଓଡ଼ିଶାରେ ଅନେକ ଐତିହାସିକ କିମ୍ବଦନ୍ତୀ ରହିଛି । ଏହି ରାଜ୍ୟ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିପାରିଥିଲା । ଏହା କଳାର ଦେଶ ହୋଇଥିବାରୁ ଏହାର ଅନ୍ୟନାମ ଉତ୍କଳ ବୋଲି ରାଷ୍ଟ୍ରପତି କହିଛନ୍ତି । 

କଡ଼ା ସୁରକ୍ଷା ମଧ୍ୟରେ ବରୁଣେଇରେ ଶିଳାନ୍ୟାସ ପରେ ରାମନାଥ କୋବିନ୍ଦ ବାଣୀବିହାର ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ । ବାଣୀ ବିହାରରେ ୧୨ ଟା ୩୫ ମିନିଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଂଚିବେ । ସେଠାରେ ସେ ନିଜର ଦୀକ୍ଷାନ୍ତ ଭାଷଣ ରଖିବେ । ଏହା ସହ ସେଠାରେ ନବ ନିର୍ମିତ ରୁସା ଭବନର ଉଦଘାଟନ କରିବେ । ପ୍ଲାଟିନମ ଜୁବୁଲୀ ସମାରୋହରେ ସ୍ୱତନ୍ତ୍ର ସ୍ମରଣିକା ଉନ୍ମୋଚନ କରିବେ । ଏହି ସମାରୋହରେ ରାଜ୍ୟପାଳ ଫ. ଗଣେଶୀ ଲାଲ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । 

ସେଠାରୁ ଦିନ ପ୍ରାୟ ୧ଟା ୪୫ରେ ରାଜଭବନକୁ ଫେରିଯିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ ଭବନରେ ବିଶ୍ରାମ ନେଇ ପୁଣିସନ୍ଧ୍ୟା ୫ଟା ୨୦ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା କାର‌୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ୱରେ ରହିଛନ୍ତି ।

  • Tags:

Subscribe

National International State Sports Entertainment