ଶ୍ରୀମନ୍ଦିର ସୁରକ୍ଷା ପାଇଁ ମିଳିଲା 75% ଜମି, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
Khabar Odisha:state-odisha-odisha-cm--Naveen-patnaik-thanks-puri-citizens
ଭୁବନେଶ୍ୱର, ଡିସେମ୍ଵର ୦୨ (ଖବର ଓଡିଶା) :

ଶ୍ରୀମନ୍ଦିର ସୁରକ୍ଷାକୁ ଏବଂ ବିକାଶ ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରର 75 ମିଟର ପରିଧିକୁ ଖାଲି କରୁଛନ୍ତି । ଯାହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଶ୍ରୀମନ୍ଦିର ପାଇଁ 40 ଦିନରେ 75 ଘରୋଇ ଜମି ସଂଗ୍ରହ ହୋଇଛି । ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହୋଇଥିବା ଏହି ପାଇଁ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 

ଶ୍ରୀମନ୍ଦିର ପାଇଁ ସ୍ବେଚ୍ଛାକୃତ ଭାବେ ଜମି ଦେଇ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇ କହିଛନ୍ତି,  “ମୋ ଅନୁରୋଧ ରକ୍ଷା କରିଥିବାରୁ ମୁଁ କୃତଜ୍ଞ । ମହାପ୍ରଭୁଙ୍କ ପାଇଁ ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ମନେ ରଖିବ । ମହାପ୍ରଭୁଙ୍କ ପାଇଁ ଭିଟାମାଟି ଓ ବ୍ୟବସାୟ ପ୍ରତିଷ୍ଠାନ ତ୍ୟାଗ କରିଛନ୍ତି । ହୋଟେଲ ଓ ଲଜିଂ ଆଦି ମଧ୍ୟ ପୁରୀବାସୀ ତ୍ୟାଗ କରିଛନ୍ତି । ଛୁଟିଦିନରେ ବି ପୋଲିସ ଓ ଜିଲ୍ଲା ପ୍ରଶାସନ କାମ ଜାରି ରଖିଥିଲେ । ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣାରୁ ଏସବୁ ସମ୍ଭବ ହୋଇଛି” ।

Subscribe

National International State Sports Entertainment