କଳାହାଣ୍ଡିରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ହଳଦୀ ପଞ୍ଚାୟତ ସଟ୍ ଡାଉନ୍‌
Khabar Odisha:shutdown-at-kalahandi-haldi-panchyat
କଳାହାଣ୍ଡି, ଏପ୍ରିଲ ୦୫ (ଖବର ଓଡ଼ିଶା):

କଳାହାଣ୍ଡି ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଞ୍ଚାୟତ ଅଞ୍ଚଳକୁ ସଟ୍ ଡାଉନ୍ କରାଯାଇଛି। ଏହି ଅଞ୍ଚଳରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଲୋକଙ୍କ ବାହାରକୁ ଯିବା ଆସିବା ଉପରେ କଟକଣା ଜାରି କରିଛି ପ୍ରଶାସନ।
ଗତକାଲି ରାଜ୍ୟରେ ୨୧ ନମ୍ବର କରୋନା ପଜିଟିଭ କଳାହାଣ୍ଡି ଜିଲ୍ଲାର । କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡ଼ା ଗାଁରେ । ସେ ବାହାରିନରେ ଜଣେ ଫିଟର ଭାବରେ କାର୍ଯ୍ୟ କରୁଥିଲେ।
ସଂପୃକ୍ତ ଯୁବକ ୧୭ ଦିନ ପୂର୍ବରୁ ବାହାରିନରୁ ନିଜ ଗାଁକୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସତ୍ୱେ ସେ କରୋନା ପଜିଟିଭ ଥିବା ସୂଚନା ମିଳିଛି । ଆଜି ସକାଳେ ଉକ୍ତ କରୋନା ଆକ୍ରାନ୍ତଙ୍କ ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରେ ଥିବା ଘରେ ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚିଛି । ତାଙ୍କୁ କଟକର କରୋନା ଅଶ୍ୱିନୀ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ମିଳିଛି।

  • Tags:

Subscribe

National International State Sports Entertainment