ଖବର ଓଡ଼ିଶା: ଆସନ୍ତା କାଲି ଦେଶ ପାଳିବ ସ୍ୱାଧୀନତା ଦିବସ । ପଲ୍ଲୀଠାରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ସବୁଠି ଚାଲିଛି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ଦେଶର ରାଜଧାନୀର ଲାଲକିଲ୍ଲା ପତାକା ଉତ୍ତୋଳନ କରିବେ । ସେହିପରି ଦେଶର କୋଣ ଅନୁକୋଣରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ରତା ଦିବସକୁ ଧୁମଧାନରେ ପାଳନ କରିବେ । ସବୁ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ତେବେ ଜାତୀୟ ପତାକା ଉତ୍ତୋଳନ କରିବାର କିଛି ନିୟମ ରହିଛି । ଯାହାକୁ ସମସ୍ତେ ପାଳନ କରିବାକୁ ବାଧ୍ୟ । ଆସନ୍ତୁ ଜାଣିବା ଜାତୀୟ ପତାକା ଉତ୍ତୋଳନ କରିବାର ନିୟମଗୁଡ଼ିକ ସମ୍ବନ୍ଧରେ ।
ଜାତୀୟ ପତାକା ଉତ୍ତୋଳନ କରିବାର ନିୟମ
- ଜାତୀୟ ପତାକାର ଉପର ରଙ୍ଗ କେଶରୀ, ମଝି ରଙ୍ଗ ଧଳା ଓ ତଳ ରଙ୍ଗ ସବୁଜ ହୋଇଥିବା ଦରକାର । ମଝିରେ ଅଶୋକ ଚକ୍ର ରହିବ
- ସବୁଜ ରଙ୍ଗ ସର୍ବଦା ଉପରେ ରହିବ
- ଜାତୀୟ ପତାକାର ଆକୃତିର ଆୟତକାର ହେବା ଉଚିତ, ଏହାର ଲମ୍ବ-ପ୍ରସ୍ଥ ଅନୁପାତ ୩: ୨ ରହିବ
- ଜାତୀୟ ପତାକା ଉତ୍ତୋଳନ କରିବା ପୂର୍ବରୁ ପ୍ରଥମେ ଦେଖିବା ଉଚିତ ଯେ ସେଥିରେ କଟା ଦାଗ ନ ଥିବ
- ପତାକା ଉତ୍ତୋଳନ ପାଇଁ ବ୍ୟବହୃତ ତ୍ରିରଙ୍ଗା ପତାକା ଖଦି, ସୂତା କିମ୍ବା ରେଶମରୁ ତିଆରି ହେବା ଉଚିତ୍
- ପୂର୍ବରୁ କେବଳ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଜାତୀୟ ପତାକା ଉଡ଼ାଯାଉଥିଲା, ବର୍ତ୍ତମାନ ଏହାକୁ ରାତିରେ ମଧ୍ୟ ଉଡ଼ାଇବାକୁ ଅନୁମତି ଦିଆଯାଇଛି
- ଜାତୀୟ ପତାକା କଦାପି ଭୂମି ସ୍ପର୍ଶ କରିବା ଉଚିତ୍ ନୁହେଁ, ଏହାକୁ ଭୂମିରେ ମଧ୍ୟ ରଖିବା ଉଚିତ୍ ନୁହେଁ
- ବିନା ସରକାରୀ ନିର୍ଦ୍ଦେଶରେ ଜାତୀୟ ପତାକା ଅର୍ଦ୍ଧ ନମିତ ହୋଇ ପାରିବ ନାହିଁ
- ଏଥିରେ କିଛି ଲେଖା ହେବା ଉଚିତ୍ ନୁହେଁ
- ଏପରି ସ୍ଥାନରେ ଉଡ଼ାଇବା ଉଚିତ୍ ଯେଉଁଠାରୁ ଏହାକୁ ସମସ୍ତେ ଦେଖିପାରିବେ
- ଜାତୀୟ ପତାକା ସହିତ ସମାନ ସ୍ତରରେ କୌଣସି ପତାକା ଉଡାଇବା ଉଚିତ ନୁହେଁ, ଯଦି ଉଡଜେ ତେବେ ଅନ୍ୟ ଧ୍ୱଜା ତ୍ରିରଙ୍ଗା ତଳେ ରହିବ