ଶନିବାର ରାହୁଲ ଗାନ୍ଧୀ ରାଲି କଲେ, ରବିବାର ହିଂସା ଆରମ୍ଭ
Khabar Odisha:politics-odisha-protest-in-jamia-university-sambit-patra-attacks-on-opposition
ନୂଆଦିଲ୍ଲୀ, ଡିସେମ୍ବର୧୬(ଖବର ଓଡ଼ିଶା):

ନାଗରିକତ୍ଵ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ୟୁନିଭର୍ସିଟି ଓ ଲକ୍ଷ୍ନୌର ନଦଓ୍ଵା କଲେଜ ସମେତ ସମଗ୍ର ଦେଶରେ ଜାରି ହିଂସାତ୍ମକ ଆନ୍ଦୋଳନ ପାଇଁ ବିଜେପି ବିରୋଧୀ ଦଳକୁ ଦାୟୀ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ଉପରେ ବଡ଼ ଆରୋପ ଲଗାଇ କହିଛନ୍ତି ଅନେକ ଦିନ ରାଜନୀତିରୁ ଗାଏବ ରହିବା ପରେ ରାହୁଲ ଗାନ୍ଧୀଙ୍କ ଲାଗି ଶନିବାର ରାମଲୀଲ ମଇଦାନରେ ରାଲିର ଆୟୋଜନ ହୋଇଥିଲା ଏବଂ ପରବର୍ତ୍ତୀ ଦିନ ଦେଶର ଅନେକ ଭାଗରେ ହିଂସା ଆରମ୍ଭ ହେଲା

ପାତ୍ର କହିଛନ୍ତି ସଂସଦରେ ଗୃହୀତ ଆଇନ ବିରୋଧରେ ଯେଉଁଭଳି ହିଂସାତ୍ମକ ପ୍ରଦର୍ଶନ ହେଉଛି, ଏଥିରୁ ବିରୋଧୀଙ୍କ ଦାୟିତ୍ଵହୀନତାର ପରିଚୟ ମିଳୁଛି। ରାଜନୈତିକ ଦଳ ନିଜ ନିଜର ଓଓ୍ଵେସୀଙ୍କୁ ମୁସଲିମ୍ ଭୋଟ୍ ଲାଗି ରାଜନୀତିକୁ ଓହ୍ଲାଇଛନ୍ତି। ଓଓ୍ଵେସୀ ଦେଶରେ ନୂତନ ଜିନ୍ନା ରୂପେ କାମ କରୁଛି। ଏଠାରେ ଜିନ୍ନା ପାଇଁ ପ୍ରତିଯୋଗିତା ଚାଲିଛି। ଓଓ୍ଵେସୀଙ୍କ ମୁକାବିଲାରେ ଅମାନତୁଲ୍ଲାହ ଖାନ ରହିଛନ୍ତି, ଯିଏ ଦିଲ୍ଲୀର ଜିନ୍ନା ହେବାକୁ ଚାହୁଁଛନ୍ତି। ପାତ୍ର ମମତା ବାନାର୍ଜୀଙ୍କୁ ନିଶାଣ କରି କହିଛନ୍ତି ଯେ,  ମମତା କିଛି ଦିନ ପୂର୍ବେ କହିଥିଲେ ପଶ୍ଚିମବଙ୍ଗରେ ରହୁଥିବା ଲୋକଙ୍କୁ ବାଂଲା କହିବାକୁ ପଡ଼ିବ, ମାତ୍ର ଏବେ ସେ ହିନ୍ଦୀରେ ପୂରା ଭାଷଣ କଣ ପାଇଁ ଦେଲେ। ତାଙ୍କର ଉଦ୍ଦେଶ୍ୟ କଣ ପୂରା ଦେଶରେ ଉପଦ୍ରବ କରିବା। 

ଏହା ସହିତ ସମ୍ବିତ ପାତ୍ର ପ୍ରଧାନ ବିଚାରପତି ଏସ.ଏ. ବୋବଡ଼େଙ୍କ ଏକ ମନ୍ତବ୍ୟକୁ ଉଲ୍ଲେଖ କରି କହିଛନ୍ତି ଯେ, ଆପଣ ଛାତ୍ର ହୋଇ ପାରନ୍ତି, ମାତ୍ର ଆପଣଙ୍କୁ ସାର୍ବଜନୀନ ସଂପତ୍ତିକୁ କ୍ଷତି କରିବାର ଅଧିକାର ନାହିଁ। ଅନୁଚ୍ଛେଦ ୩୭୦ରେ  ମଧ୍ୟ ଚିଦାମ୍ବରମ କହିଥିଲେ ଯେ, ଯଦି ଜାମ୍ମୁ-କାଶ୍ମୀର ମୁସଲିମ ରାଜ୍ୟ ହୋଇନଥାନ୍ତା ତେବେ ୩୭୦ ଉଚ୍ଛେଦ ହୋଇନଥାନ୍ତା। ସେହି ପରି ରାମ ମନ୍ଦିର ମାମଲାରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ମଧ୍ୟ କୁହାଗଲା। ଏଥିରୁ ସ୍ପଷ୍ଟ ଯେ, ପ୍ରତ୍ୟେକ ବିଷୟରେ କିଛି ଲୋକ କେବଳ ହିନ୍ଦୁ-ମୁସଲିମ କଥା କହି ରାଜନୀତି କରିବାକୁ ଚାହୁଁଛନ୍ତି।

ବିଜେପି କହିଛି ଯେ, ଛାତ୍ରଙ୍କ କାନ୍ଧରେ ବନ୍ଧୁକ ରଖି ଯେଉଁଭଳି ନିଜର ମହତ୍ଵାକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରାଯାଉଛି, ତାହା ଦୁଭାର୍ଗ୍ୟପୂର୍ଣ୍ଣ। ଏହି ଆଇନରେ ଛାତ୍ରଙ୍କ କିଛି ଯାଏ ଆସେ ନାହିଁ। ନାଗରିକତା ସଂଶୋଧନ ଆଇନରେ କୌଣସି ବ୍ୟକ୍ତିଙ୍କ ଅଧିକାର କ୍ଷୂର୍ଣ୍ଣ ହେବ ନାହିଁ। ଛାତ୍ରମାନେ ଏହି ସବୁ କଥାକୁ ବୁଝି ପାରୁଛନ୍ତି, ମାତ୍ର ସେମାନଙ୍କୁ ଭ୍ରମିତ କରାଯାଇ ଉସୁକାଯାଉଛି ଏବଂ ହିଂସା ପାଇଁ ବ୍ୟବହାର କରାଯାଉଛି।

Subscribe

National International State Sports Entertainment