ରାଜ୍ୟ ବିଜେପିର ସଭାପତି ଆସନରେ ବସିଛନ୍ତି ମନମୋହନ ସାମଲ । ବିଜେପି ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ସଭାପତି ପଦ ପାଇଁ ମନମୋହନଙ୍କ ନାମକୁ ଆନୁଷ୍ଠାନିକଭାବେ ବିଜୟୀ ଘୋଷଣା କରିଛନ୍ତି । ସର୍ବାଧିକ ଚତୁର୍ଥ ଥର ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି । ମନମୋହନ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୨୦୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ ।
Read More >