୩୫୦୦ କିମି ଦୂରରେ ଥିବା ଶତ୍ରୁ ହେବ ଧ୍ଵଂସ, କେ-୪ ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
Khabar Odisha:national-odisha-india-successfully-test-fire-nuclear-capable-k-4-ballistic-missile-off-andhra-coast
ନୂଆଦିଲ୍ଲୀ, ଜାନୁଆରୀ୧୯(ଖବର ଓଡ଼ିଶା):

ବୁଡ଼ାଜାହାଜରୁ ଶତ୍ରୁର ଠିକଣାକୁ ଧ୍ଵଂସ କରିବାରେ ନିଜର କ୍ଷମତାକୁ ଆହୁରି ମଜବୁତ କରି ଭାରତ ଆଣବିକ ହମଲା କରିବାରେ ସକ୍ଷମ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି। ରବିବାର ଆନ୍ଧ୍ର ପ୍ରଦେଶ ସମୁଦ୍ର ତଟରୁ ୩୫୦୦ କିଲୋମିଟର କ୍ଷମତାକୁ ନିକ୍ଷେପ କରି ପାରୁଥିବା କେ-୪ ବାଲାଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା  ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ପ୍ରସ୍ତୁତ  କରିଛି। 

ଆଣବିକ ସଂପନ୍ନ ବୁଡ଼ାଜାହାଜରେ ଏହି କ୍ଷେପଣାସ୍ତ୍ରକୁ ମୁତୟନ କରିବା ପୂର୍ବରୁ ଭାରତ ଏହାର ଅନେକ ପରୀକ୍ଷଣ କରିପାରେ। କିନ୍ତୁ ଏହି କ୍ଷେପଣାସ୍ତ୍ରକୁକ ଭାରତୀୟ ନୌସେନାର ସ୍ଵଦେଶୀ ଆଇଏନଏସ ଅରିହନ୍ତ ଶ୍ରେଣୀର ଆଣବିକ ସଞ୍ଚାଳିତ ବୁଡ଼ାଜାହାଜରେ ମୁତୟନ କରାଯିବ। 

କେ-୪ ଭାରତ ଦ୍ଵାରା ନିଜର ବୁଡ଼ାଜାହାଜରେ ସେନା ପାଇଁ ବିକଶିତ କରୁଛି। ଦ୍ଵିତୀୟ ମିସାଇଲ ବିଓ-୫ ରହିଛି, ଯାହାର ଲକ୍ଷ୍ୟଭେଦ କ୍ଷମତା ୭୦୦ କିଲୋମିଟରରୁ ଅଧିକ ରହିଛି। ଏହା ପୂର୍ବରୁ ଓଡ଼ିଶା ତଟରୁ ଚାନ୍ଦିପୁର ସମନ୍ଵିତ କ୍ଷେପଣାସ୍ତ୍ର ଘାଟିରୁ ଡିଆଡିଓ ଅନେକ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି।

Subscribe

National International State Sports Entertainment