କିଟି ପାର୍ଟିରେ ଅତିଥିଙ୍କୁ ଖୁଆନ୍ତୁ ଚଟପଟା କର୍ଣ୍ଣ ରେସିପି
Khabar Odisha:lifestyle-food-odisha-spicy-corn-recipe
ଭୁବନେଶ୍ଵର, ନଭେମ୍ଵର ୦୮ (ଖବର ଓଡିଶା) :

ଚଟପଟା କର୍ଣ୍ଣ ଏଭଳି ଏକ ମସଲଦାର ରେସିପି ଯାହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ଏଥିପାଇଁ ଆପଣଙ୍କୁ ପ୍ରାୟ ୨୦ ମିନିଟ୍ ସମୟ ଲାଗିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସିଝା ମକା, ଲହୁଣୀ, ଲେମ୍ବୁରସ, ଲଙ୍କାଗୁଣ୍ଡ ଭଳି ସାମଗ୍ରୀ ଦରକାର। ଆପଣ କିଟିପାର୍ଟି ଭଳି ପାର୍ଟିରେ ଅତିଥିଙ୍କୁ ପରଷି ପାରିବେ। 

ଆବଶ୍ୟକୀୟ ସାମଗ୍ରୀ- ୨କପ୍ କର୍ଣ୍ଣ, ୪ ବଡ ଚାମଚ ବଟର, 1/2 ଚାମଚ ଗରମ ମସଲା ପାଉଡର, 1/2 ଚାମଚ ଲଙ୍କା ଗୁଣ୍ଡ, 1/2 ଲେମ୍ବୁ ରସ, 1/2 ଚାମଚ ଚାଟ୍ ମସଲା, ସ୍ଵାଦ ଅନୁସାରେ ଲୁଣ। 

ବିଧି- ଏହି ଡିସ୍ ତିଆରି କରିବା ପାଇଁ ପ୍ରଥମେ ମକାକୁ ମଧ୍ୟମ ଆଂଚରେ ଲୁଣ ଓ ପାଣି ଦେଇ ସିଝାଇ ଦିଆନ୍ତୁ। ଏବେ ଏକ ପ୍ୟାନରେ ମଧ୍ୟମ ଆଂଚରେ ଲହୁଣୀ ପକାନ୍ତୁ। ଏଥିରେ ସିଝା ଯାଇଥିବା ମକାକୁ ପକାଇ ଦିଅନ୍ତୁ। ମକାକୁ ଗୋଳାଇବା ପରେ କିଛି ଗରମ ମସଲା, ଚାଟ୍ ମସଲା, ଲଙ୍କା ଗୁଣ୍ଡ, ଲୁଣ ପକାନ୍ତୁ। ୫ ମିନିଟ୍ ଯାଏଁ ମକାକୁ ଭଲ ଭାବରେ ମଧ୍ୟମ ଆଂଚରେ ଗୋଳାନ୍ତୁ। ମକା ବାଦାମୀ ରଙ୍ଗ ହେବାପରେ ଲେମ୍ଵୁରସ ପକାଇ ଗ୍ୟାସ ବନ୍ଦ କରି ନିଅନ୍ତୁ। ଏହାକୁ ଗରମ ଗରମ ପରଷି ଦିଅନ୍ତୁ।

Subscribe

National International State Sports Entertainment