ଘାରିଲା କଳାତାକିକାଭୁକ୍ତ ହେବାର ଭୟ, ଲୋକ ଦେଖାଣିଆ ହାଫିଜର ୪ ସହଯୋଗୀଙ୍କୁ ଗିରଫ କଲା ପାକିସ୍ତାନ
Khabar Odisha:international-odisha-pakistan-arrests-top-four-leaders-of-judlet-ahead-of-fatf-meeting
ଲାହୋର,ଅକ୍ଟୋବର୧୦(ଖବର ଓଡ଼ିଶା):

ପାକିସ୍ତାନ ଉପରେ ଫାଇନାନସିଆଲ ଟାକ୍ସ ଫୋର୍ସ(ଏଫଏଟିଏଫ) ପକ୍ଷରୁ କଳାତାଲିକାଭୁକ୍ତ ହେବାର ବିପଦ ରହିଛି। ଏହି ଲଜ୍ଜାରୁ ବଞ୍ଚିବା ପାଇଁ ଆତଙ୍କବାଦୀଙ୍କ ପ୍ରଶୟକାରୀ ପାକିସ୍ତାନ ଏବେ ଆତଙ୍କୀ ବିରୋଧରେ ଲୋକ ଦେଖାଣିଆ କାର୍ଯ୍ୟାଷ୍ଠାନ ନେବା ଆରମ୍ଭ କରି ଦେଇଛି। ପାକ୍ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନର ନାଟକ କରି ଲସ୍କର ଇ ତୋଇବାର ଚାର ଶୀର୍ଷ ଆତଙ୍କବାଦୀକୁ ଗୁରୁବାର ଗିରଫ କରିଛି। ସେମାନଙ୍କୁ ଟେରର ଫଣ୍ଡିଂ ଆରୋପରେ ଗିରଫ କରାଯାଇଛି। ଗିରଫ ହୋଇଥିବା ଚାରି ଆତଙ୍କବାଦୀ ମଧ୍ୟରେ ଜଫର ଇକବାଲ, ଯାହୟା ଅଜିଜ, ମହମ୍ମଦ ଅସରଫ ଓ ଅବଦୁଲ ସଲାମ ସାମିଲ। ଉଲ୍ଲେଖନୀୟ  ଅକ୍ଟୋବର ୧୨ ରୁ ୧୫ ମଧ୍ୟରେ ଫାଇନାନସିଆଲ ଟାକ୍ସ ଫୋର୍ସର ବୈଠକ ହେବ, ଏଥିରେ ପାକ୍ ଉପରେ ନିଷ୍ପତ୍ତି ନିଆଯିବ।

ଏହା ପୂର୍ବରୁ ଗତ ବର୍ଷ ଜୁନରେ ପ୍ୟାରିସ୍ ସ୍ଥିତ ଏହି ସଂସ୍ଥା ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିଲା ଏବଂ ୨୦୧୯ ଅକ୍ଟୋବର ସୁଦ୍ଧା ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲା। ଅନ୍ୟପକ୍ଷେ ପାକିସ୍ତାନ ଏବେ କଳାତାଲିକାଭୁକ୍ତରୁ ବଞ୍ଚିବା ପାଇଁ ଲୋକଦେଖାଣିଆ ଚାରି ଆତଙ୍କବାଦୀକୁ ଗିରଫ କରିଛି। ପାକିସ୍ତାନ ସିଟିଡିର ମୁଖପାତ୍ର କହିଛନ୍ତି ଯେ, ନ୍ୟାସନାଲ ଆକ୍ସନ ପ୍ଲାନରେ ମହତ୍ଵପୂର୍ଣ୍ଣ ପ୍ରଗତି ହୋଇଛି। କାରଣ ପ୍ରତିବନ୍ଧିତ ସଂଗଠନ ଲସ୍କର ଇ ତୋଇବାର ମୁଖ୍ୟ ଆତଙ୍କୀକୁ ଗିରଫ କରାଯାଇଛି। ଜମାତ ଉଦ ଦାଓ୍ଵା/ଲସ୍କର ଇ ତୋଇବାର ମୁଖ୍ୟ ହାଫିଜ ସଇଦ ପୂର୍ବରୁ ଟେରର ଫଣ୍ଡିଂ ଆରୋପରେ ଜେଲରେ ବନ୍ଦୀ ଅଛି। ଏବେ ଏହି ସଂଗଠନର ମୁଖ୍ୟ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। 

ଏହି ଗିରଫଦାରୀ ସେହି ସମୟରେ ହୋଇଛି, ଯେବେ କିଛି ଦିନ ପୂର୍ବେ ଏଫଟିଏଫ ସହ ଜଡ଼ିତ ଏସିଆ ପେସିଫିକ ଗ୍ରୁପ(ଏପିଜି) ମଧ୍ୟ ସ୍ଵୀକାର କରିଛି ଯେ, ପାକିସ୍ତାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୧୨୬୭କୁ ଲାଗୁ କରିବାରେ ଆବଶ୍ୟକ ପଦକ୍ଷେପ ନେଇ ନାହିଁ। ପାକ୍ ୟୁଏନ ଦ୍ଵାରା ପ୍ରତିବନ୍ଧିତ ଆତଙ୍କବାଦୀ, ହାଫିଜ ସଇଦ, ମସୁଦ ଆଝାର ଓ ଏଲଇଟି, ଜେୟୁଡି ଓ ଏଫଆଇଏଫ ପରି ଆତଙ୍କୀ ସଂଗଠନକୁ ନେଇ କହୋଳ ମନୋଭାବ ପୋଷଣ କରିବା ସହିତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।

Subscribe

National International State Sports Entertainment