ସିରିଜ ଜିତିବା ପାଇଁ ଆଜି ପଡିଆକୁ ଓହ୍ଲାଇବେ ଭାରତ-ଅଷ୍ଟ୍ରେଲିଆ
Khabar Odisha:india-australia-final-oneday-today-in-bengaluru
ବେଙ୍ଗାଲୁରୁ, ଜାନୁଆରୀ ୧୯ (ଖବର ଓଡ଼ିଶା):
ଆଜି ବେଙ୍ଗାଲୁରୁରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା । ପ୍ରଥମ ଦୁଇଟି ମ୍ୟାଚରେ ଉଭୟଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତି ସିରିଜରେ 1-1ରେ ବରାବର ସ୍ଥିତିରେ ଅଛନ୍ତି  । ତେବେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ରୋମାଞ୍ଚକର ହେବ ବୋଲି ପ୍ରଶଂସକ ମାନେ ଆଶା ରଖିଛନ୍ତି । ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଭାରତକୁ ସହଜରେ 10 ୱିକେଟରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ 36 ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ ।

ଦ୍ୱିତୀୟ ମ୍ୟାଚରେ ଭାରତର ବ୍ୟାଟିଂ ଅର୍ଡର ଠିକ ଠାକ ରହିଥିଲା । ପ୍ରଥମ ମ୍ୟାଚରେ କରିଥିବା ଭୁଲକୁ ଆଉ ଦ୍ୱିତୀୟ ମ୍ୟାଚରେ ଦୋହରାଇ ନଥିଲା ଟିମ ଇଣ୍ଡିଆ । ବିରାଟ କୋହଲି ନିଜ ନିୟମିତ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବେଳେ ପଞ୍ଚମ ସ୍ଥାନରେ କେ ଏଲ ରାହୁଲ ବ୍ୟାଟି କରିବାକୁ ଆସି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ମ୍ୟାଚରେ ଫିଲଡିଂ କରୁଥିବା ବେଳେ ଆହାତ ହୋଇଥିବା ଷ୍ଟାର ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ତୃତୀୟ ମ୍ୟାଚରେ ଖେଳିବେ ବୋଲି ବିରାଟ କୋହଲୀ ଆଶାବାଦୀ ଅଛନ୍ତି  । ତେବେ ଦୁଇଟି ମ୍ୟାଚରେ ବିଫଳ ହେବା ପରେ ଶ୍ରେୟସ ଆୟର ଓ ମନୀଷ ପାଣ୍ଡେଙ୍କ ଠାରୁ ନିଶ୍ଚୟ ଦଳ ତୃତୀୟ ଦିନିକିଆରେ ଭଲ ପ୍ରଦର୍ଶନ ନେଇ ଟିମ ମ୍ୟାନେଜମେଣ୍ଟ ଆଶା ରଖିଛି ।   

ପ୍ରଥମ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ମୁଣ୍ଡରେ ଆଘାତ ପାଇଥିବା ୱିକେଟ କିପର ବ୍ୟାଟସମ୍ୟାନ ରିଷଭ ପନ୍ଥ ତୃତୀୟ ଦିନିକିଆରେ ଖେଳିବେ କି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ହେଲେ ଦ୍ୱିତୀୟ ଦିନିକିଆରେ ରିଷଭ ପନ୍ଥଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲଙ୍କ ପ୍ରଦର୍ଶନ ଏବେ ରିଷଭ ପନ୍ଥଙ୍କ ସ୍ଥାନକୁ ଭରଣା କରିପାରିବ ବୋଲି କ୍ରିକେଟ ବିଶେଷଜ୍ଞ ମାନେ ଆକଳନ କରିଲେଣି ।

ଦ୍ୱିତୀୟ ଦିନିକିଆରେ ଭଲ ବୋଲିଂ ପ୍ରଦର୍ଶନ କରିଥିବା ଭାରତୀୟ ବୋଲିଂ ବାହିନୀରେ କୌଣସି ବି ପରିବର୍ତ୍ତନ ହେବ ବୋଲି ଲାଗୁନାହିଁ । ପୂର୍ବ ମ୍ୟାଚର ବୋଲିଂ ଆକ୍ରମଣକୁ ନେଇ ପୁଣି ଥରେ ବାଙ୍ଗାଲୁରୁ ମୁକାବିଲାରେ ଖେଳିବ ଟିମ ଇଣ୍ଡିଆ ।

ଅଷ୍ଟ୍ରେଲିଆ ଟିମର କଥା ଯଦି ଚର୍ଚ୍ଚା କରିବା ତେବେ ସମସ୍ଥ ବିଭାଗରେ ସନ୍ତୁଳିତ ଜଣାପଡୁଥିବା ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଦ୍ୱିତୀୟ ମ୍ୟାଚ ଭଳି ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କୁ ଭାରତ ଶୀଘ୍ର ଆଉଟ କରିପାରିଲେ ମ୍ୟାଚରେ ଭାରତର ବିଜୟ ସୁନିଶ୍ଟିତ ହେଲେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ପାଇଁ ଭାରତୀୟ ବୋଲର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ମାନର୍ସ ଲାବୁଶାନେ ମଧ୍ୟ ଅଧିକ ସମୟ କ୍ରୀଜରେ ରହିଲେ ଭାରତ ପାଇଁ ବିପଦ ସାବ୍ୟସ୍ଥ ହୋଇପାରନ୍ତି । ତାଙ୍କୁ ମଧ୍ୟ ଶୀଘ୍ର ଆଉଟ କରିବାକୁ ନିଶ୍ଚୟ ଚେଷ୍ଟା କରିବେ ଭାରତୀୟ ବୋଲର ।

ସମ୍ଭାବ୍ୟ ଭାରତୀୟ ଦଳ :- ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, କେ ଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ନଭଦୀପ ସୈନୀ, ଜଶପ୍ରିତ ବୁମରା ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ : ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍‌, ମାର୍ନସ୍ ଲାବୁଶେନ୍‌, ଆଲେକ୍ସ କ୍ୟାରୀ (ୱିକେଟକିପର), ଆଷ୍ଟନ୍ ଆଗର, ପ୍ୟାଟ୍ କମିନ୍ସ, କେନ୍ ରିଚାର୍ଡସନ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର୍‌, ଓ ଆଡାମ ଜାମ୍ପା।  

Subscribe

National International State Sports Entertainment