ଖବର ଓଡ଼ିଶା: ଆଜି ହେଉଛି ଶ୍ରାବଣ ମାସର ଚତୁର୍ଥ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ନାହିଁ ନ ଥିବା ଭିଡ଼ । ବାବା ଆଶୁତୋଷଙ୍କ ଉପରେ ଜଳ ଲାଗି କରୁଛନ୍ତି କାଉଁଡ଼ିଆ । ନିଜର ମନସ୍କାମନା ପୂର୍ଣ୍ଣ କରିବାକୁ କାହିଁ କେତେ ଦୁରୁ ଭକ୍ତ ଆସି ଶିବ ମନ୍ଦିରମାନଙ୍କରେ ଗୁହାରୀ କରୁଛନ୍ତି ।
ଭୁବନେଶ୍ୱର ଲିଙ୍ଗରାଜ, ପୁରୀ ଲୋକନାଥ, ଆଠଗଡ଼ ବାବା ଧବଳେଶ୍ୱର, ଭଦ୍ରକ ବାବା ଆଖଣ୍ଡଳ ମଣୀ, ଜଗତସିଂହପୁରର ବାବା ଗୋରେଖନାଥ, ନୟାଗଡ଼ର ଲଡୁବାବା ଏବଂ ଢେଙ୍କାନାଳର କପିଳାସ ପୀଠ ଭଳି ପ୍ରସିଦ୍ଧ ଶୈବ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଜଳାଭିଷେକ କରୁଛନ୍ତି । କାଉଁଡ଼ିଆଙ୍କ ‘ବୋଲ୍ ବମ୍ ହର ହର ବମ୍’ ଡାକରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ସବୁଠି ପୋଲିସ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।