ବ୍ରହ୍ମପୁର, ଜାନୁଆରୀ 24 (ଖବର ଓଡିଶା) :
ଆମେ ଯାହା ଖାଉଛୁ ଓ ପିଉଛୁ ସେଥିରୁ ଅଧା ନକଲି । ପାଣି ପାଉଚରେ ବି ବିଷ । ରାଜ୍ୟରେ ନକଲି ଖାଦ୍ୟ ସାମଗ୍ରୀ କାରବାର ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି । ବ୍ରହ୍ମପୁରରେ ନକଲି ସସ୍ ପରେ ଆଜି ପୁଣି ବେଆଇନ ପାଣି ଫେକ୍ଟ୍ରି ଠାବ ହୋଇଛି ।
ଆଜି ବ୍ରହ୍ମପୁରରେ ବଡ଼ ବଜାର ଲଷ୍ମୀ ବିହାର ଦ୍ୱିତୀୟ ଲାଇନରେ ବେଆଇନ ଭାବେ ଚାଲିଥିବା ପାଣି ଫେକ୍ଟ୍ରିରେ ବ୍ରହ୍ମପୁର ପୋଲିସ ଚଢ଼ାଉ କରିଛି । ବିନା କାଗଜପତ୍ରରେ ଚାଲିଥିଲା ଫେକ୍ଟ୍ରି । ବିପୁଳ ନକଲି ସାମଗ୍ରୀ ଜବତ । ସେଠାରୁ ପ୍ରାୟ ଏକ ହଜାର ରୁ ଅଧିକ ପାଣି ବୋତଲ ଜବତ ସହ ଫେକ୍ଟ୍ରିକୁ ସିଲ କରାଯାଇଛି । ଏସ ରାକେଶ ପାତ୍ର ନାମକ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି।