ଖବର ଓଡ଼ିଶା: ବହୁ ଚର୍ଚ୍ଚିତ ଜର୍ମାନୀ ସହପାଠୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ ଯାଇଥିବା ବିତ୍ତିହୋତ୍ର ମହାନ୍ତିଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିତ୍ତିହୋତ୍ରଙ୍କର ମୃତ୍ୟୁ ହୋଇଛନ୍ତି । ସେ ବହୁଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ଜଣା ପଡ଼ିଛି ।
ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ଦୀର୍ଘ ଦିନ ହେଲା ପାକସ୍ଥଳୀ କ୍ୟାନସର୍ରେ ପୀଡ଼ିତ ଥିଲେ । ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଏହା ପରେ ଦେଢ଼ ମାସ ହେବ ଭୁବନେଶ୍ୱର ଏମ୍ସରେ ସେ ଚିକିସ୍ଚାଧୀନ ଥିଲେ । ଗତକାଲି ବିଳମ୍ବିତ ରାତିରେ ବିତ୍ତିହୋତ୍ର ମହାନ୍ତିଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।
ବିତ୍ତିହୋତ୍ର ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ । ୨୦୦୬ରେ ବିତ୍ତିହୋତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ନିଜର ଜର୍ମାନ ସହପାଠୀ ଯୁବତୀଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗିରଫ କରିଥିଲା ରାଜସ୍ଥାନ ପୁଲିସ ତାଙ୍କୁ ଗିରଫ କରିଥିଲା । ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ । ଜେଲ୍ରେ ଥିବା ବେଳେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିବା ଥିବା ବେଳେ ଫେରାର ହୋଇ ଯାଇଥିଲେ ।
ଏହା ପରେ କେରଳର ଏକ ବ୍ୟାଙ୍କରେ ରାଘବ ରାଜନକୁ ନାମରେ ଚାକିରି କରୁଥିଲେ । ଏହା ପରେ ୨୦୧୩ରେ ପୁଣି ଥରେ ତାଙ୍କୁ ଗିରଫ କରାଯାଇଥିଲା । ସେ ରାଜସ୍ଥାନର ଏକ ଜେଲରେ ଥିଲେ । ପରେ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ କଟକ ଜେଲକୁ ସ୍ଥାନାନ୍ତର ହୋଇଥିଲେ । କର୍କଟ ରୋଗରେ ପୀଡ଼ିତ ହେବା ପରେ ୫ ବର୍ଷ ଜେଲ୍ ଦଣ୍ଡ କାଟି ସାରି ଥିବାରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ମାତ୍ର ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ଜେଲ୍ରୁ ବାହାରି ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିତ୍ତିହୋତ୍ର ପ୍ରାଣ ତ୍ୟାଗ କରିଛନ୍ତି ।