ଖବର ଓଡିଶା : 19/01/2023
ଦୁନିଆର ସବୁଠାରୁ ବୟସ୍କ ମହିଳା ଲୁସିଲ ରାଣ୍ଡନଙ୍କ 118 ବର୍ଷ ବୟସରେ ଦେହାନ୍ତ ହୋଇଛି। ରାଣ୍ଡନ୍ ତାଙ୍କ ଜୀବନ କଲା ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କରୋନା ମହାମାରୀକୁ ପରାସ୍ତ କରିଥିଲେ। ନନ୍ ରାଣ୍ଡନ୍ 1904 ମସିହାରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ | ରାଣ୍ଡନ୍ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ସେ ଏଥିରୁ ସେ ବଞ୍ଚି ଯାଇଥିଲେ। କୁହାଯାଉଛି ଯେ ରାଣ୍ଡନ ଟୁଲନରେ ଥିବା ତାଙ୍କ ନର୍ସିଂହୋମରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। କିଛି ମାସ ପୂର୍ବରୁ, ରାଣ୍ଡନ୍ ସବୁଠାରୁ ବୟସ୍କ ବ୍ୟକ୍ତି ପାଇଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ତନ ପାଇଥିଲେ |
ନର୍ସିଂହୋମର ଅଧିକାରୀ ଡେଭିଡ ଟାଭେଲା କହିଛନ୍ତି "ଏହା ଅତ୍ୟନ୍ତ ଦୁଖଦ ଖବର କିନ୍ତୁ ସେ ତାଙ୍କ ପ୍ରିୟ ଆତ୍ମୀୟ ମାନଙ୍କ ସହ ରହିବାକୁ ଚାହୁଁଥିଲେ ବୋଲି କହିଛନ୍ତି ସିଷ୍ଟର ଆଣ୍ଡେର ଙ୍କ ମୁଖପାତ୍ର | ତେବେ ସେ ଧର୍ମଗୁରୁ ହେବ ପୂର୍ବରୁ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଛୋଟ ପିଲାଙ୍କ ଯତ୍ନ ନେଉଥିଲେ | ଏହାପରେ ସେ ଦୀର୍ଘ 28 ବର୍ଷ ପର୍ଯ୍ୟନ୍ତ ଅନାଥ ଓ ବୃଦ୍ଧ ଲୋକଙ୍କର ସେବା କରୁଥିଲେ | ଗତବର୍ଷ ସେ ତାଙ୍କର 118ତମ ଜନ୍ମଦିବସ ପାଳନ କରିଥିଲେ | ସେ ବିଶ୍ୱର ସବୁଠୁ ପୁରୁଣା ଜାପାନୀଜ ମହିଳା କାନେ ତାନାକାଙ୍କ ମୃତ୍ୟୁ ପରେ ସିଷ୍ଟର ଆଣ୍ଡେର ଦୁନିଆର ସବୁଠାରୁ ବୃଦ୍ଧ ବ୍ୟକ୍ତି ଥିଲେ | 2022 ଏପ୍ରିଲ 19 ରେ 119 ବର୍ଷ ବୟସରେ କାନେ ତାନାକାଙ୍କ ମୃତ୍ୟୁ ହୋଇଥିଲା |