ମହିଳା ଟି-20 ବିଶ୍ୱକପ, ନ୍ୟୁଜିଲ୍ୟାଣ୍ଡକୁ 4 ରନରେ ହରାଇ ସେମିରେ ପ୍ରବେଶ କଲା ଟିମ ଇଣ୍ଡିଆ
Khabar Odisha:Womens-T20-World-Cup-India-qualify-for-semis-after-win-against-New-Zealand
ଅଷ୍ଟ୍ରେଲିଆ, ଫେବୃଆରୀ ୨୭ (ଖବର ଓଡ଼ିଶା):

ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ ବିଶ୍ଵକପରେ ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ 4 ରନରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନକୁ ପକ୍କା କରିଛି ଟିମ ଇଣ୍ଡିଆ ।

 

ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୩୩ ରନ୍‌ ସଂଗ୍ରହ କରିଥିଲା । ଭାରତୀୟ ଓପନର ଶେଫାଳୀ ବର୍ମା ସର୍ବାଧିକ ୪୬ ରନ୍‌ କରିଥିବା ବେଳେ ତାନିୟା ଭାଟିଆଙ୍କ ଗୁରୁତ୍ୱପୂର୍ଣ୍ଣ ୨୩ ରନ୍‌ ବଳରେ ଭାରତ 133 ରନ କରିବାରେ ସଫଳ ହୋଇଥିଲେ । ୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା ।

 

ଶେଷ ଓଭରରେ ନ୍ୟୁଜିଲାଣ୍ଡକୁ ୧୬ ରନର ଆବଶ୍ୟକ ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଦଳ 11 ରନ କରିବାର ସକ୍ଷମ ହୋଇଥିଲା ଶେଷ ଓଭର ବୋଲିଂ କରିଥିବା ଭାରତୀୟ ବୋଲର ଶିଖା ପାଣ୍ଡେ ନ୍ୟୁଜିଲାଣ୍ଡକୁ ବିଜୟରୁ ଅଟକାଇବାରେ ସଫଳ ହୋଇଥିଲେ ।

 

ପ୍ରତ୍ୟେକ ଭାରତୀୟ ବୋଲର ମିଳିତ ଭାବେ ଗୋଟିଏ ଗୋଟିଏ ୱିକେଟ ନେବାରୁ ଦଳ ୨୦ ଓଭରରେ ୧୨୯ ରନ୍‌ରେ ସୀମିତ ରହିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର୍‌ ୩୪, କେଟି ମାର୍ଟିନ ୨୫ ଏବଂ ମ୍ୟାଡି ଗ୍ରୀନ୍‌ ୨୪ ରନ୍‌ କରିଥିଲେ।

  • Tags:

Subscribe

National International State Sports Entertainment