ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇର୍ଡସ(କେକେଆର) ବିପକ୍ଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଷ୍ଟାର ଖେଳାଳି ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କର ୫୯ ରନର ଅପରାଜିତ ଇନିଂସ ଆଧାରରେ, ଆଇପିଏଲ୍- ୨୦୨୫ର ଉଦଘାଟନୀ ମ୍ୟାଚ୍କୁ ବେଙ୍ଗାଲୁରୁ ୭ ୱିକେଟରେ ଜିତିଥିଲା। ଏହା କୋହଲିଙ୍କର ୪୦୦ତମ ଟି-୨୦ ମ୍ୟାଚ୍ ଥିଲା, ଯେଉଁଥିରେ ସେ ଇତିହାସ ସୃଷ୍ଟି କରିଥିଲେ।
ବିପକ୍ଷରେ ୧୦୦୦ ରନ୍ ପୂରଣ
- ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ୩୩ ମ୍ୟାଚ୍ରେ ୧୦୫୩ ରନ୍
- ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୯ଟି ମ୍ୟାଚ୍ରେ ୧୦୫୭ ରନ୍
- ପଂଜାବ କିଙ୍ଗ୍ସ ବିପକ୍ଷରେ ୩୨ଟି ମ୍ୟାଚ୍ରେ ୧୦୩୦ ରନ୍
- କୋଲକାତା ନାଇଟ୍ ରାଇର୍ଡସ ବିପକ୍ଷରେ ୩୫ଟି ମ୍ୟାଚ୍ରେ ୧୦୦୦ ରନ୍
ଆଇପିଏଲରେ ୪ଟି ଭିନ୍ନ ଦଳ ବିପକ୍ଷରେ ୧୦୦୦ ରନ୍ ସ୍କୋର କରିବାରେ କୋହଲି ଏକମାତ୍ର କ୍ରିକେଟର ହୋଇଛନ୍ତି। ୨୦୦୮ ମସିହାରେ ଆଇପିଏଲ ଆରମ୍ଭ ହେବା ପରଠାରୁ ବିରାଟ କୋହଲି ଆରସିବିର ଅଂଶ ଅଛନ୍ତି।
ଆରସିବି ଏବଂ କେକେଆର ମଧ୍ୟରେ ହୋଇଥିବା ମ୍ୟାଚ୍ ବିରାଟ କୋହଲିଙ୍କ ଟି୨୦ କ୍ୟାରିୟରର ୪୦୦ତମ ମ୍ୟାଚ୍ ଥିଲା, ଯେଉଁଥିରେ ସେ ବ୍ୟାଟ୍ ସହିତ ଅପରାଜିତ ଅର୍ଦ୍ଧଶତକ ଖେଳିଥିଲେ। ମ୍ୟାଚ୍ରେ ବିରାଟ କୋହଲି ୩୮ ରନ୍ କରିବା ମାତ୍ରେ ତାଙ୍କ ନାମ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଗଲା। କିଙ୍ଗ କୋହଲି ଆଇପିଏଲ ଇତିହାସରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୧୦୦୦ ରନ ପୂରଣ କରିବାରେ ତୃତୀୟ ଖେଳାଳି ହୋଇଥିଲେ।
ବିରାଟ କୋହଲି ୩୪ଟି ଆଇପିଏଲ୍ ମ୍ୟାଚ୍ରେ କେକେଆର ବିପକ୍ଷରେ ୯୬୨ ରନ୍ କରିଥିଲେ। ସାମଗ୍ରିକ ରେକର୍ଡ ବିଷୟରେ କହିବାକୁ ଗଲେ, ଡେଭିଡ୍ ୱାର୍ଣ୍ଣର କେକେଆର ବିପକ୍ଷରେ ୧୦୯୩ ରନ୍ କରିଛନ୍ତି। ଏବେ ସେ କେକେଆର ବିପକ୍ଷରେ ୩୫ତମ ମ୍ୟାଚ୍ରେ ୧୦୦୦ ରନ୍ ଛୁଇଁଛନ୍ତି।
ଆପଣଙ୍କୁ କହି ରଖୁଛୁ ଯେ ବିରାଟ କୋହଲି ଏପର୍ଯ୍ୟନ୍ତ ୪ଟି ଭିନ୍ନ ଆଇପିଏଲ୍ ଦଳ- ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗସ ଏବଂ କେକେଆର ବିପକ୍ଷରେ 1000 ରନ ସଂଗ୍ରହ କରିଛନ୍ତି। ସେ ଏପରି କରିବାରେ ପ୍ରଥମ ଆଇପିଏଲ୍ ଖେଳାଳି ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ମୁମ୍ବାଇ-ଚେନ୍ନାଇ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ସର୍ବାଧିକ ରନ୍