ମାଆ ର ଶେଷ ଇଚ୍ଛା କୁ ପୁରା କରିବାକୁ ଯାଇ ICU ରେ ବାହା ହେଲା ଝିଅ | କଥା ଟା ଅଜବ ଲାଗୁଥିବ ହେଲେ ଏମିତି କିଛି ଘଟିଛି ବିହାର ଗୟା ର ଏକ ହସ୍ପିଟାଲ ରେ | ମୃତ୍ୟୁ ପୂର୍ବରୁ ମାଆ ର ଏହି ଶେଷ ଇଚ୍ଛା ପୂରଣ କରିଛି ଝିଅ | ପୁନମ କୁମାରୀ ବର୍ମା ନାମ ମହିଳା ଯିଏ ମଗଧ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଏଏନଏଏମ୍ ଭାବେ କାର୍ଯ୍ୟ କରୁଥିଲେ । ହେଲେ କରୋନା ଠାରୁ ତାଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲା । ଏହା ସହ ତାଙ୍କ ହୃଦଘାତ ମଧ୍ୟ ହେଲା । ଦୀର୍ଘ ଦୀନରୁ ଅସୁସ୍ଥ ଥିବା ପୁନମଙ୍କୁ କିଛି ଦିନ ପୂର୍ବରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଗୋଟିଏ ବୋଲି ଝିଅକୁ ଏକୁଟିଆ ଛାଡିଯିବାର ଦୁଃଖ ତାଙ୍କୁ ସବୁବେଳେ କଷ୍ଟ ଦେଉଥିଲା । ଆଖିରେ ଆଖିଏ ଲୁହ କଥା ଠିକ ରେ କହି ପାରୁନଥିଲେ ବି ଥର ଥର ପାଟିରେ ପାଖରେ ଥିବା ସମ୍ପର୍କୀୟଙ୍କୁ ନିଜ ମନର ଇଚ୍ଛା କହିଥିଲେ । ଆଉ ସମୟ ନାହିଁ । ହେଲେ ଯିବା ଆଗରୁ ମୋର ଗୋଟିଏ ଇଚ୍ଛା । ମୋ ଝିଅର ବାହାଘର ଦେଖିବି । ତାକୁ ହାତକୁ ଦି ହାତ କରିଦେଲେ ମୁଁ ଶାନ୍ତିରେ ମରିବି । ବାସ୍ ଏତିକି ଇଚ୍ଛା ଶେଷ ସମୟରେ । ଏତିକି କହି ମହିଳା ଜଣକ ଚୁପ ହୋଇଯାଇଥିଲେ | ତାଙ୍କର ଏହି କଥା ଶୁଣି ମେଡିକାଲ କର୍ତ୍ତୃପକ୍ଷ ଓ ବନ୍ଧୁବାନ୍ଧବ ଝିଅ ବାହାଘର ର ଆୟୋଜନ କରିଥିଲେ |
ସୂଚନା ମୁତାବକ ପୁନମ ଙ୍କ ଝିଅ ଚାନ୍ଦନୀ କୁମାରୀଙ୍କ ନିର୍ବନ୍ଧ ଡିସେମ୍ବର ୨୬ ତାରିଖରେ ଇଞ୍ଜିନିୟର ସୁମିତ ଗୌରବ ନାମକ ଯୁବକଙ୍କ ସହ ହେବାକୁ ଥିଲା । ହେଲେ ଚାନ୍ଦିନୀ ଙ୍କ ଦେହ ଅସୁସ୍ଥ କାରଣ ରୁ ନିର୍ବନ୍ଧ ବାତିଲ କରାଯାଇଥିଲା ହେଲେ ବିଧିର ବିଧାନ ଥିଲା ବଡ ବିଚିତ୍ର ମା’ଙ୍କ ଇଚ୍ଛା ପୂରଣ କରିବାକୁ ନିର୍ବନ୍ଧ ପୂର୍ବରୁ ହିଁ ଝିଅର ବାହାଘର କରାଇବାକୁ ବାଧ୍ୟହେଲେ ସମ୍ପର୍କୀୟ । ଝିଅ ଚାନ୍ଦିନୀ ମନର କୋହକୁ ଚାପିରଖି ଆଇସିୟୁ ଭିତରେ ମା’ ଆଗରେ ସିନ୍ଦୁର ପିନ୍ଧିଲା । ଝିଅ ଜ୍ୱାଇଁ ବରଣ ମାଳା ପିନ୍ଧାଇବା ଠାରୁ ଆରମ୍ଭ କରି ମନ୍ତ୍ରପାଠ, ସାତ ଫେରି ସବୁକିଛି ଆଇସିୟୁ ଭିତରେ ହିଁ ସମ୍ପନ୍ନ ହେଲା । ବୋଧେ ଝିଅ ର ଏଇତକ ଖୁସି ଦେଖିବାକୁ ଯେମିତି ଅଟକିଥିଲା ମା’ର ପ୍ରାଣ । ଝିଅ ଚାନ୍ଦନୀର ବାହାଘର ସରିବାର ମାତ୍ର ୨ ଘଣ୍ଟା ପରେ ହିଁ ଚାଲିଗଲା ମା’ ପୁନମଙ୍କ ଜୀବନ । ଏହାପରେ ସତେ ଯେମିତି ସମସ୍ତଙ୍କ ଭିତରେ ଜମାଟ ହୋଇ ରହିଥିବା ଅସୁମାରୀ ଲୁହ ଯେପରି ବନ୍ଧବାଡ ଡେଇଁ ଝରିପଡିଥିଲା । ହସ୍ପିଟାଲ ଭିତରେ ବାଧ୍ୟବାଧ୍ୟକତାର ହସ ଲୁହ ,ମିଳନ ଓ ବିଚ୍ଛେଦ ର ଏପରି ପରିବେଶ ଯେପରି କେଉଁ ଫିଲ୍ମ ର ସିନ୍ ସୁଟିଂ ପରି ଥିଲା ହେଲେ ଏହା ବାସ୍ତବ ରେ ସତ ଥିଲା | ଜଣେ ମାଆ ର ନିଃସର୍ତ୍ତ ଭଲପାଇବା ଯେ କେତେ ପ୍ରମାଣ କରିବା ସହ ଜଣେ ସନ୍ତାନ ପାଇଁ ନିଜ ମୃତ୍ୟୁ ସମୟରେ ବି ମାଆ ର କେତେ ଚିନ୍ତା ଏହି ଘଟଣା ଟି ବୟାନ କରୁଛି | ଘଟଣା ପରେ ଏହାର ଫଟୋ ଓ ଭିଡ଼ିଓ ଭାଇରଲ ହେବାରେ ଲାଗିଛି |