କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ମୋ ବସ୍ ଉପରକୁ ପଥର ମାଡ଼
Khabar Odisha:Throw-stones-at-my-bus-coming-from-Konark-to-Bhubaneswar
ଭୁବନେଶ୍ୱର, ଅକ୍ଟୋବର ୪(ଖବର ଓଡିଶା):

କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ମୋ ବସ୍ ଉପରକୁ ପଥର ମାଡ଼ ହୋଇଛି। କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ପଥରମାଡ଼ ହୋଇଥିବା ଜଣାପଡିଛି । 

ମଙ୍ଗଳବାର ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ଆସୁଥିବାବେଳେ ମୋ ବସକୁ ସାରଳା ବସର କିଛି କର୍ମଚାରୀଙ୍କ ମଧ୍ୟରେ କେତେକ କାରଣକୁ ନେଇ ଝଗଡ଼ା ହୋଇଥିଲା ।

ତେବେ ଢେଲା ମାଡ଼ରେ ମୋ ବସର ସାମ୍ନା କାଚ ଭାଙ୍ଗିଛି । ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଳା ବସ ଓ କର୍ମଚାରୀଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛି । ବାରମ୍ବାର ଘରୋଇ ଓ ମୋ ବସ ମଧ୍ୟରେ ବିବାଦ ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି ।

  • Tags:

Subscribe

National International State Sports Entertainment