ରାଜଧାନୀ ଭୁବନେଶ୍ୱରରୁ 13 ନୂତନ କରୋନା ରୋଗୀ ଚିହ୍ନଟ, ସୂଚନା ଦେଲା ବିଏମସି
Khabar Odisha:Thirteen-new-corona-patients-have-been-identified-from-the-capital-Bhubaneswar-the-BMC-said
ଭୁବନେଶ୍ୱର, ଜୁନ ୦୫ (ଖବର ଓଡ଼ିଶା):

ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏ ନେଇ ଟ୍ୱିଟ କରି ସୂଚନା ଦେଇଛି ବିଏମସି । ଚିହ୍ନଟ ହୋଇଥିବା ୧୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଘରେ ସଙ୍ଗରୋଧରେ ରହିଥିବା ୭ଜଣଙ୍କ ଶରୀରରେ କୋଭିଡ-୧୯ ଚିହ୍ନଟ ହୋଇଛି। ସେହିପରି ୬ଟି ସ୍ଥାନୀୟ ମାମଲା ମଧ୍ୟ ଚିହ୍ନଟ ହୋଇଥିବା ଜଣାପଡିଛି ।

ଭୁବନେଶ୍ୱରର ୟୁନିଟ-୪ ଅଞ୍ଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ସାଲିଆସାହିରୁ ଜଣେ ଲେଖାଏଁ ଓ ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି ବୋଲି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଛି।

ତେବେ ଗତକାଲି ମଧ୍ୟ ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଥିଲା। ଏହି ଆକ୍ରାନ୍ତ ଜଣକ ହୋମ କ୍ୱାରେଣ୍ଟିନରେ ଥିଲେ ଏବଂ ସେ ପୂର୍ବରୁ କଳିଙ୍ଗ ବିହାରରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।

  • Tags:

Subscribe

National International State Sports Entertainment