ଆଜିଠାରୁ 13 ତାରିଖ ପର୍ଯ୍ୟନ୍ତ ସଟଡାଉନ ରହିବ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ
Khabar Odisha:The-shutdown-will-be-from-today-in-the-Berhampur-Metropolitan-Corporation-area
ଗଞ୍ଜାମ, ଜୁଲାଇ ୯ ( ଖବର ଓଡ଼ିଶା):

ସାରା ରାଜ୍ୟରେ ଦିନକୁ ଦିନ ଭୟଙ୍କର ଭାବେ ବୃଦ୍ଧି ପାଉଛି କରୋନା ମହାମାରୀର ପ୍ରଭାବ । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର ନିକଟତର ହେବା ସହ ମୃତକଙ୍କ ସଂଖ୍ୟା ମଧ୍ୟ 30 ରେ ପହଁଞ୍ଚିଲାଣି ।

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢୁଥିବା କରୋନାର ମୁକାବିଲା ପାଇଁ ଆଜିଠୁ ୧୩ ଯାଏ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସଟ୍‌ଡାଉନ ରହିବ। ଗଞ୍ଜାମର ୫ଟି ବ୍ଲକ୍ ସଦର ମହକୁମା ଓ ୧୬ଟି ଏନ୍‌ଏସି ମଧ୍ୟ ସଟ୍‌ଡାଉନ କରାଯାଇଛି। ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଅଭିଯାନ ଚଳାଇବ ଜିଲ୍ଲା ପ୍ରଶାସନ। ଏଥିପାଇଁ ୨୦୦ଟି ସ୍ବାସ୍ଥ୍ୟ ଯାଞ୍ଚ ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 

  • Tags:

Subscribe

National International State Sports Entertainment