ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ- ଶିକ୍ଷାମନ୍ତ୍ରୀ
Khabar Odisha:The-school-education-minister-will-not-reopen-from-the-first-to-the-eighth-grade-in-view-of-the-risk-of-infection
ଭୁବନେଶ୍ବର, ଫେବୃଆରୀ ୨୩ (ଖବର ଓଡ଼ିଶା):

ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ସ୍କୁଲ ଖୋଲିବନାହିଁ ବୋଲି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି 

ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ସ୍କୁଲ ଖୋଲିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । କରୋନାର ବଢୁଥିବା ସଂକ୍ରମଣକୁ ଦେଖି ପୁନର୍ବିଚାର କରାଯାଉଛି । ସୀମାନ୍ତ ଜିଲ୍ଲା ଗୁଡିକରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ କୋଭିଡ୍ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ୧୪ ହଜାର ନୂଆ ମାମଲା ଚିହ୍ନଟ ପରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୫କୁ ଛୁଇଁଛି । ୧୭ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଛି ।

  • Tags:

Subscribe

National International State Sports Entertainment