ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ
Khabar Odisha:The-quake-shook-Arunachal-Pradesh
ଇଟ୍ଟାନଗର, ସେପ୍ଟେମ୍ବର ୧୯(ଖବର ଓଡିଶା):

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ରବିବାର ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ଦ୍ୱିପହର ୩.୦୬ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । 

ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ଥିବା ଜଣାପଡିଛି ।ତେବେ ଏଥିରେ କେହାର କୌଣସି କ୍ଷତି ହୋଇନଥିବା ଜଣାପଡିଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି । ଅନ୍ୟପଟେ ଗୁଜୁରାଟର କଚ୍ଛ ଜିଲ୍ଲାରେ ରବିବାର ସକାଳେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । 

ମାତ୍ର ଥେିରେ କାହାର କୌଣସି କ୍ଷତି ହୋଇନାହିଁ । ଗାନ୍ଧୀନଗର ସ୍ଥିତ ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ସଂସ୍ଥାର ତଥ୍ୟ ଅନୁସାରେ ଭୂକମ୍ପ ସକାଳ ୮.୩୮ରେ ହୋଇଥିଲା । ଭୂକମ୍ପର କେନ୍ଦ୍ର ଦିଧଇ ଠାରୁ ୨୬ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ୯.୩ କିଲୋମିଟର ଗଭୀର ଥିବା ଜଣାପଡିଥିଲା ।

  • Tags:

Subscribe

National International State Sports Entertainment