ରାଜ୍ୟରୁ ଫେରୁଛି ମୌସୁମୀ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Khabar Odisha:The-monsoon-is-returning-from-the-state-with-heavy-rains-expected-in-4-districts
ଭୁବନେଶ୍ୱର, ଅକ୍ଟୋବର ୧୩(ଖବର ଓଡିଶା):

ରାଜ୍ୟରୁ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି ।୧୧ ଜିଲ୍ଲାରୁ ଗତକାଲି ମୌସୁମୀ ବାୟୁ ସମ୍ପୃର୍ଣ୍ଣ ରୂପେ ପ୍ରତ୍ୟାହାର ହୋଇସାରିଥିବା ବେଳେ ଆଜି ଦୁଇଟି ଜିଲ୍ଲାର ଅଧିକଂଶ ଅଞ୍ଚଳରୁ ଓ ୬ଟି ଜିଲ୍ଲାର କେତେକ ଅଞ୍ଚଳରୁ ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ସେହିପରି ଆସନ୍ତାକାଲି ସୁଦ୍ଧା ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

ଅନ୍ୟପଟେ ବଙ୍ଗୋପସାଗର ଏବଂ ତତସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । 

ସେହିପରି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ଓ ବଜ୍ରପାତକୁ ନେଇ କୌଣସି ପ୍ରକାରର ସତର୍କ ସୂଚନା ନାହିଁ ଷ ତେବେ ଏହି ସମୟରେ ମଧ୍ୟରେ ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment