କଟକ ବାସୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ପାଇପ ଯୋଗେ ମିଳିବ ରନ୍ଧନ ଗ୍ୟାସ୍
Khabar Odisha:The-good-news-for-Cuttack-residents-is-that-cooking-gas-will-soon-be-available-through-pipes
କଟକ, ନଭେମ୍ବର 20 (ଖବର ଓଡ଼ିଶା):

ଗେଲ୍‌ ଇଣ୍ଡିଆ ପକ୍ଷରୁ ଖୁବ୍‌ଶୀଘ୍ର କଟକର ଚାର୍‌ବାଟିଆ ଏବଂ ସିଡିଏ ଅଞ୍ଚଳରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ଆରମ୍ଭ ହେବ । କମ୍ପାନି ପକ୍ଷରୁ ଏ ସୂଚନା ଦିଆଯାଇଛି । ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ୍‌(ସିଜିଡି) ଅଧୀନରେ ଭୁବନେଶ୍ୱରରେ ନାଲ୍‌କୋ କଲୋନି, ନ୍ୟୁ ଆଣ୍ଡ୍‌ ଓଲ୍‌ଡ ଏଲ୍‌ଆଇସି କଲୋନି, ରେଲ୍‌ୱେ କଲୋନି, ମୈତ୍ରୀ ବିହାର ପ୍ରାଚୀ ଏନ୍‌କ୍ଲେଭ୍‌ ଆଦି ସ୍ଥାନରେ ୧୦୦୦ରୁ ଅଧିକ ଘରକୁ ଗ୍ୟାସ୍‌ ପାଇପ୍‌ ସଂଯୋଗ ଦିଆଯାଇଛି । ନିଲାଦ୍ରୀ ବିହାର, ଶୈଳଶ୍ରୀ ବିହାର ଓ କଳିଙ୍ଗ ବିହାର ଅଞ୍ଚଳରେ ନେଟ୍‌ୱର୍କ ସମ୍ପ୍ରସାରଣ ଜାରି ରହିଛି । ଏବେ କଟକରେ ସେବା ଆରମ୍ଭ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା କମ୍ପାନି ପ୍ରକାଶ କରିଛି । ଉତ୍ସବ ଅଫର ସ୍ୱରୂପ ପାଇପ୍‌ଡ ନାଚୁରାଲ ଗ୍ୟାସ(ପିଏନ୍‌ଜି) ସଂଯୋଗ ପାଇଁ ଆବେଦନ କରୁଥିବା ଗ୍ରାହକଙ୍କୁ ପଞ୍ଜୀକରଣ ଫି' ଏବଂ ସିକ୍ୟୁରିଟି ଡିପୋଜିଟ୍‌ ଛାଡ଼ ସୁବିଧା ମିଳିବ । ଗେଲ୍‌ ତରଫରୁ ଏହି ସୂଚନା ଦିଆଯାଇଛି ।

କଟକ ଓ ଭୁବନେଶ୍ୱର ସହରରେ ପିଏନ୍‌ଜି ସଂଯୋଗ ନେବା ଲାଗି ଗ୍ରାହକମାନେ ଆବେଦନ କରିବା ବେଳେ ଏହି ସୁବିଧା ପାଇପାରିବେ । ପୂର୍ବରୁ ଗ୍ରାହକମାନଙ୍କୁ ୩୫୪ ଟଙ୍କାର ନନ୍‌-ରିଫଣ୍ଡେବଲ ପଞ୍ଜୀକରଣ ଫି' ଏବଂ ୧୦୦୦ ଟଙ୍କାର ସିକ୍ୟୁରିଟି ଡିପୋଜିଟ୍‌ ଦେବାକୁ ପଡୁଥିଲା । ଗେଲ୍‌ ପକ୍ଷରୁ ରାଜ୍ୟରେ ୧୦ଟି ସିଏନ୍‌ଜି ଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି।

ଏଥିରୁ ୪ଟି କଟକରେ ଏବଂ ୬ଟି ଭୁବନେଶ୍ୱରରେ ଖୋଲିଛି । ବର୍ତ୍ତମାନ ପିଏନ୍‌ଜିର ଏସ୍‌ସିଏମ୍‌ ବା ଘନମିଟର ପିଛା ଦାମ ୨୯ ଟଙ୍କା ୫୮ ପଇସା ଥିବାବେଳେ ସିଏନ୍‌ଜିର ଦାମ୍‌ ୬୯ ଟଙ୍କା ୪୦ ପଇସା ରହିଛି । ଗେଲ୍‌ ପକ୍ଷରୁ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ଶିଳ୍ପସଂସ୍ଥା, ବାଣିଜ୍ୟିକ ଗ୍ରାହକ, ବ୍ୟକ୍ତିବିଶେଷ ଆଦିଙ୍କୁ ପିଏନ୍‌ଜି ଏବଂ ପରିବହନ କ୍ଷେତ୍ରକୁ ସିଏନ୍‌ଜି ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି ।

  • Tags:

Subscribe

National International State Sports Entertainment