ଚାଇନାରୁ ଭାରତରେ ଆସି ପହଁଚିଲା ୩,୬୦୦ ଅକ୍ସିଜେନ କନ୍‌ସନ୍‌ଟ୍ରେଟର୍ସର ସର୍ବ ବୃହତ ସାହାଯ୍ୟ ବୋଝେଇ ବିମାନ
Khabar Odisha:The-biggest-ever-single-consignment-of-more-than-3600-oxygen-concentrators-landed-in-India-from-China

 ନୁଆଦିଲ୍ଲୀ,ମେ୧୬(ଖବର ଓଡିଶା); ଭାରତରେ କରୋନା ସଙ୍କଟ ସମୟରେ ଏକ ନୁଆ ରେକର୍ଡ ସହିତ ସର୍ବ ବୃହତ ସାହାଯ୍ୟ ପରିବହନ ନେଇ ଆଜି ମଧ୍ୟାନରେ ଭାରତରେ ପହଁଚିଛି ଚାଇନା । ପ୍ରାୟ ୧୦୦ ଟନ୍ ଓଜନ ବିଶିଷ୍ଟ ୩,୬୦୦ ରୁ ଅଧିକ ଅକ୍ସିଜେନ କନ୍‌ସନ୍‌ଟ୍ରେଟର୍ସର ଏକ ବୋଇଙ୍ଗ ୭୪୭-୪୦୦ ବିରାଟ ବିମାନରେ ଚାଇନାର ହାଙ୍ଗଜୋ ବିମାନବନ୍ଦରରୁ ଆସି ପହଁଚିଥିଲା ନୁଆଦିଲ୍ଲୀ ବିମାନ ବନ୍ଦରରେ । 

ଏହି ବିଶାଳ ବିମାନଟି ଆଜି ଅପରାହ୍ନ ୩ଟା ସମୟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି ବୋଲି ବୋଲୋର ଲଜିଷ୍ଟିକ୍ ଇଣ୍ଡିଆର ଜାତୀୟ ବିକ୍ରୟ ମୁଖ୍ୟ ଜସପ୍ରୀତ ସିଂ କହିଛନ୍ତି । ଏହି ବହୁରାଷ୍ଟ୍ରୀୟ ପରିବହନ ଏବଂ ଲଜିଷ୍ଟିକ୍ କମ୍ପାନୀ ବୋଲୋର ଲଜିଷ୍ଟିକ୍ ଇଣ୍ଡିଆ ଏହି ଆମଦାନୀକୁ କାର‌୍ୟ୍ୟକାରୀ କରିଥିଲା ବେଳେ ଏହି କାର‌୍ୟ୍ୟ କରିବା ପାଇଁ ସେମାନେ ବେଜିଂରେ ଥିବା ଭାରତର ଦୂତାବାସ ସହିତ ଘନିଷ୍ଠ ସମନ୍ୱୟରେ ଜଟିଳ ଲଜିଷ୍ଟିକ୍ ଚ୍ୟାଲେଞ୍ଜକୁ ଅତିକ୍ରମ କରିଥିଲେ ବୋଲି ସେ କହିଛନ୍ତି । 

ଭାରତ କୋଭିଡ-୧୯ ମହାମାରୀର ଦ୍ୱିତ୍ୱୀୟ ଲହରିରେ ଚିକିତ୍ସା ସାମଗ୍ରୀର ଚାହିଦା ସହିତ ମୁକାବିଲା କରୁଥିବାରୁ ଏହି ବିଶାଳ ସାମଗ୍ରୀ ଦିଲ୍ଲୀ ଏନସିଆର ତଥା ଉତ୍ତର ଭାରତର ଅନ୍ୟ ଖରାପ ପ୍ରଭାବିତ ସହରଗୁଡିକର ଚାହିଦାକୁ ପୂରଣ କରିବ।

  • Tags:

Subscribe

National International State Sports Entertainment