ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା ନୁହେଁ ୧ଟଙ୍କାରେ ମିଳିବ ଖାଦ୍ୟ
Khabar Odisha:The-Annapurna-scheme-provides-free-food-for-Rs
ଭୁବନେଶ୍ୱର, ଜାନୁଆରୀ 13 (ଖବର ଓଡିଶା) :

ଜାନୁଆରି ୮ରେ ଏକ ଟ୍ରଷ୍ଟ “ଅନ୍ନପୂର୍ଣ୍ଣା”କୁ ଲୋକାର୍ପିତ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେଉଁଥିରେ ଗରିବ ଲୋକମାନଙ୍କୁ ମାଗଣାରେ ଖାଇବା ଯୋଗାଇ ଦେବାକୁ କୁହାଯାଇଥିଲା ହେଲେ ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ ।

ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯିବା ପରେ ଅପରାଜିତା ଷଡଙ୍ଗୀ ସ୍ପଷ୍ଟ କରି କହିଛନ୍ତି ଯେ ମାଗଣାରେ ନୁହେଁ ବରଂ ୧ ଟଙ୍କା ଦେଇ ଖାଦ୍ୟ ଖାଇବାକୁ ହେବ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି ।

ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି

  • Tags:

Subscribe

National International State Sports Entertainment