ଭୁବନେଶ୍ବର, ଜାନୁଆରୀ ୨୪ (ଖବର ଓଡ଼ିଶା):
ଜାନୁଆରୀ ୨୪ ତାରିଖରେ ଦେଶରେ କନ୍ୟାରତ୍ନ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ ଦେଶ ତଥା ପରିବାରର ସଶକ୍ତ ଝିଅ ଭବିଷ୍ୟତ ସଶକ୍ତ କରାଇପାରିବେ ବୋଲି କହିଛନ୍ତି
।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଅଭିବାଦନ ଜଣାଇ ଟ୍ବିଟ କରି କହିଛନ୍ତି, ଆଜିର ପିଲାମାନେ ଆସନ୍ତାକାଲିର ନେତୃତ୍ବଧାରୀ ହେବେ । ଆମ କନ୍ୟାରତ୍ନମାନଙ୍କ ପାଇଁ ଲିଙ୍ଗଗତ ବୈଷମ୍ୟକୁ ଭାଙ୍ଗି ସେମାନଙ୍କ ସଫଳତାକୁ ପାଳନ କରି ଏକ ଉଜ୍ଜ୍ୱଳ ଏବଂ ଉନ୍ନତ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରିବା । ସଶକ୍ତ ଝିଅମାନେ ହିଁ ଏକ ସଶକ୍ତ ଭବିଷ୍ୟତକୁ ନେଇପାରିବେ ।
ଦେଶର ବାଳିକାମାନଙ୍କ ପ୍ରତି ଭେଦଭାବ ବିଷୟରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୮ରେ ଏହା ଆରମ୍ଭ କରିଥିଲେ। ଶିଶୁ ଯୌନ ଅନୁପାତରେ ଉନ୍ନତି ଆଣିବା ଏବଂ ଝିଅମାନଙ୍କୁ ନିରାପଦ ଏବଂ ପରିଷ୍କାର ପରିବେଶ ଯୋଗାଇବା ବ୍ୟତୀତ ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ଏହି ଅବସରରେ ଲୋକମାନେ ନିରାପତ୍ତା, ଶିକ୍ଷା, ଲିଙ୍ଗ ଅନୁପାତ, ବାଳିକାମାନଙ୍କ ସ୍ୱାସ୍ଥ୍ୟ ଏବଂ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ବିଷୟରେ ସଚେତନ କରାନ୍ତି ।