ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
Khabar Odisha:State-I-have-ordered-Crime-Branch-to-take-charge-of--investigation-of-Raiboga--PS-says-DGP

ଭୁବନେଶ୍ୱର, ଜୁନ ୩୦ (ଖବର ଓଡ଼ିଶା): ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବାଞ୍ଚତଦନ୍ତ କରିବ । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଡିଜିପିଙ୍କ ନିର୍ଦ୍ଦେଶ ମିଳିବା ପରେ କ୍ରାଇମବ୍ରାଞ୍ଚର ଟିମ ସୁନ୍ଦରଗଡ଼ର ରାଇବଗା ଗସ୍ତ କରିଛନ୍ତି । 

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଏହି ଘଟଣାକୁ ନେଇ ମାଜିଷ୍ଟ୍ରେଟଙ୍କ ଚାମ୍ବରରେ ନାବାଳିକାର ୧୬୪ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ଗତକାଲି ନାବାଳିକାକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଥିଲା । ବୀରମିତ୍ରପୁର ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଥିବା ୧୩ ବର୍ଷୀୟ ନାବାଳିକାର ବେଆଇନ ଭାବେ ଗର୍ଭପାତ କରାଯାଇଥିଲା । ଏହି ଘଟଣାରେ କିଛି ଲୋକଙ୍କର ସ୍ୱାର୍ଥ ଥିବା କଥା କୁହାଯାଉଛି । ଗତ ୨୬ ତାରିଖରେ ବେଆଇନ ଗର୍ଭପାତ ଘଟଣାରେ ଅବହେଳା କରିବା ଅଭିଯୋଗରେ ଡିଜିପି ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝିଙ୍କୁ ନିଲମ୍ବନ କରିଥିଲେ । ତାଙ୍କ ସ୍ଥାନରେ ସୁନ୍ଦରଗଡ଼ ଟାଉନଥାନା ଇନ୍ସପେକ୍ଟର ସ୍ମିତାରାଣୀ ସୁନାଙ୍କୁ ଦାୟିତ୍ୱ ଦିଆଯାଇଛି । 

 

  • Tags:

Subscribe

National International State Sports Entertainment