ବାଲେଶ୍ୱର: ସୁଧ ଟଙ୍କା ନେଇ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୫ ଆହତ
Khabar Odisha:State-Five-person-attacked-in-Balasore-admitted-to-district-headquarter-hospital

ଭୁବନେଶ୍ୱର, ଜୁନ ୩୦ (ଖବର ଓଡ଼ିଶା): ସୁଧ ଟଙ୍କା କାରବାରକୁ ନେଇ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ୫ ଜଣ ବ୍ୟକ୍ତି ଆହତ ହେବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲାର ବଇଁଚା ଗ୍ରାମରେ ଏହି ଘଟଣା ଘଟିଛି । 

ବଇଁଚା ଗ୍ରାମର ଜଣେ ଲୋକ ସୁଧ ଆକାରରେ ସ୍ଥାନୀୟ ଅଂଚଳର ଜଣେ ସାହୁକାରଙ୍କ ଠାରୁ ଟଙ୍କା ଆଣିଥିଲେ । କିନ୍ତୁ ସେ ନିର୍ଦ୍ଧାରିତ ସମୟରେ ଟଙ୍କା ଫେରାଇ ନଥିଲେ । ତେବେ ସାହୁକାର ନିଜର ସହଯୋଗୀମାନଙ୍କ ସହିତ ବାରମ୍ବାର ଟଙ୍କା ମାଗି ନ୍ୟାୟାନ୍ତ ହେବା ପରେ ଗତକାଲି ମଧ୍ୟରାତ୍ରୀରେ ପୁଣି ଥରେ ଟଙ୍କା ମାଗିବାକୁ ଯାଇଥିଲେ । କିନ୍ତୁ ଟଙ୍କା ନେଇଥିବା ଯୁବକ ଜଣକ ସେହି ସମୟରେ ଘରେ ନଥିଲେ । ଫଳରେ ଉତ୍ତେଜିତ ଲୋକମାନେ ପରିବାରର ଅନ୍ୟମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦଉଡ଼ିଭଙ୍ଗା ଓ ମାଣିଖମ୍ବ ଗାଁର ୧୦ରୁ ୧୨ ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଜଣାଯାଇଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । 

 

  • Tags:

Subscribe

National International State Sports Entertainment