ରାଓଲପିଣ୍ଡୀ, ଜୁନ୍ ୩୦ (ଖବର ଓଡ଼ିଶା): ପାକିସ୍ତାନ ଟିମ୍ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବ । ଶ୍ରୀଲଙ୍କା ସହ ପାକିସ୍ତାନ ୨ଟି ଟେଷ୍ଟ ମ୍ୟାଚ ଖେଳିବ । କିନ୍ତୁ ଏହା ପୂର୍ବରୁ ପାକିସ୍ତାନୀ ଟିମ୍ ରାଓଲପିଣ୍ଡୀରେ ଏକ ଅଭ୍ୟାସ ମ୍ୟାଚ ଖେଳିଛି । ଏହି ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲର ହାସନ ଅଲି ଏଭଳି କାମ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚାର ସାମ୍ନା କରିବାକୁ ପଡ଼ିଛି ।
ଅଭ୍ୟାସ ମ୍ୟାଚ ସମୟରେ ପାକିସ୍ତାନର ହାସନ ଅଲି ନିଜର ସାଥୀ ସଲମାନ ଅଲି ଆଗାଙ୍କୁ ବୋଲିଂ କରୁଥିଲେ । ସେହି ସମୟରେ ତାଙ୍କର ଏକ ବଲ ସଲମାନଙ୍କ ପ୍ୟାଡରେ ବାଜିଥିଲା । ଏହାକୁ ନେଇ ସେ ଜୋରଦାର ଅପିଲ କରିଥିଲେ । କିନ୍ତୁ ଅମ୍ପାୟର ବ୍ୟାଟରଙ୍କୁ ଆଉଟ ଦେଇ ନଥିଲେ । ଏଥିରେ ହାସନ ଅଲି ବିରକ୍ତି ପ୍ରକାଶ କରିଥିଲେ । ସେ ଅମ୍ପାୟାରଙ୍କ ନିକଟକୁ ଯାଇଁ ଆଙ୍ଗୁଠି ଦେଖାଇ ଆଉଟ ପାଇଁ ଅପିଲ କରିଥିଲେ । ଏହାକୁ ଦେଖି ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏହା ପରେ ହାସନ ଅଲି ହସୁଥିବା ଦେଖାଯାଇଥିଲେ ।
ସୂଚନାଯୋଗ୍ୟ, ପାକିସ୍ତାନ ଟିମ୍ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଟିମ୍ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଜୁଲାଇ ୧୬ରୁ ପ୍ରଥମ ଓ ଜୁଲାଇ ୨୪ରୁ ୨ୟ ମ୍ୟାଚ ଖେଳାଯିବ । ପାକିସ୍ତାନର ନେତୃତ୍ୱ ନେବେ ବାବର ଆଜମ । ମହମ୍ମଦ ରିଜୱାନ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।