ପଣସ ଖରାପ ପଡ଼ିବାରୁ ପରିବା ବାଲାକୁ ହତ୍ୟା କଲେ ଜଣେ ଗ୍ରାହକ,ତଦନ୍ତ ଚଲାଇଛି ପୋଲିସ ଉତ୍ତରପ୍ରଦେଶ, ଜୁନ୍ 25(ଖବର ଓଡ଼ିଶା): Share story: ପଣସ ଖରାପ ପଡ଼ିବାରୁ ପରିବା ବାଲାକୁ ହତ୍ୟା କଲେ ଜଣେ ଗ୍ରାହକ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ । ଏନେଇ ମୃତ ପରିବାବାଲାଙ୍କ ପୁଅର ଅଭିଯୋଗ କ୍ରମେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କବି ନଗର ଥାନା ବାପୁଧାମ ସ୍ଥିତ ୩୮ ବର୍ଷିୟ ଅନିଲ କୁମାର ପରିବା ଦୋକାନ କରିଥିବା ବେଳେ ଗତ ୨୩ ତାରିଖ ଦିନ ଜଣେ ଯୁବକ ଅନିଲଙ୍କ ଠାରୁ ପଣସ କିଣି ନେଇଥିଲେ । ଏହା ପରେ କିଛି ସମୟ ପରେ ପଣସ ଟି ଖରାପ ପଡ଼ିଥିବା କହି ଫେରାଇଥିଲେ । ଯାହାପରେ ଅନୀଲ ଓ ସମ୍ପୃକ୍ତ ଯୁବକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିିଲା । ପରେ ଯୁବକ ଜଣଙ୍କ ଉତ୍ୟକ୍ତ ହୋଇ ପାଖରେ ଥିବା ଏଲଇଡ଼ି ଲାଇଟ୍ ର ଷ୍ଟାଣ୍ଡରେ ଅନୀଲ ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଅନୀଲ ଅଚେତ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମେଡ଼ିକାଲକୁ ନେଇଥିଲେ । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଖବର ଓଡ଼ିଶା, Reporter, 25/06/2022