ବାଲିଯାତ୍ରାରେ ହେଉଥିବା ପାର୍କିଂ ପାଇଁ ଲାଞ୍ଚ ନେଉଥିବା ଘଟଣା,ଆକ୍ସନ୍ ମୋଡ୍ରେ ପୋଲିସ୍ କଟକ, ନଭେମ୍ବର 22(ଖବର ଓଡ଼ିଶା) Share story: ବାଲିଯାତ୍ରାରେ ହେଉଥିବା ପାର୍କିଂ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଅଧିକାରୀ ଜଣକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ କମିଶନ୍ରେଟ୍ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆକ୍ସନ୍ ମୋଡ୍ରେ ପୋଲିସ୍ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଆଇଆଇସି ଦାୟିତ୍ବରୁ ଦୀନକୃଷ୍ଣ ମିଶ୍ରଙ୍କୁ ଅବ୍ୟାହତି । ଥାନାରୁ ହଟାଇ ଡିସିପି ଅଫିସ ଦାୟିତ୍ବରେ ଦିନ କୃଷ୍ଣ ମିଶ୍ରଙ୍କୁ ରଖାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ବୋଲି ଜଣା ପଡ଼ିଛି । ଖବର ଓଡ଼ିଶା, Reporter, 21/11/2022