ଯୁକ୍ତ 2 ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ବିଭାଗର ଛାଟ
Khabar Odisha:Plus-II-1st-year-students-wont-be-promoted-to-2nd-year-if-they-score-less-than-33-mark-in-the-annual-exam
ଭୁବନେଶ୍ୱର, ଜାନୁଆରୀ ୧୪ (ଖବର ଓଡ଼ିଶା):

+2 ପିଲାଙ୍କ ପାଇଁ କଠୋର ହେଲେ ରାଜ୍ୟ ସରକାର । ଏଣିକି +2 ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପାସ କରିବାକୁ ପଡିବ ପ୍ରଥମ ବର୍ଷର ପରୀକ୍ଷା  । ଶିକ୍ଷାର ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ । ଏଣିକି +2 ପ୍ରଥମ ବର୍ଷର ପିଲାଙ୍କୁ ଦେବାକୁ ପଡିବ ପରୀକ୍ଷା । ପ୍ରଥମ ବର୍ଷର ପରୀକ୍ଷାରେ 33% ପ୍ରତିଶତ ନଂମ୍ୱର ନ ରଖିଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ।

ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ ପ୍ରଥମ ବର୍ଷର ପରୀକ୍ଷା । ପରୀକ୍ଷା ପାସ ହେବା ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦେବା ପାଇଁ ହୋଇଛି ନିଷ୍ପତି । ପ୍ରଥମ ପରୀକ୍ଷା ଫେବୃଆରୀ 15ରୁ ଆରମ୍ଭ ହୋଇ 29 ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପରୀକ୍ଷାଟି ମେ ଶେଷ ସପ୍ତାହରେ ହେବ ବୋଲି ଜଣା ପଡିଛି । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।

Subscribe

National International State Sports Entertainment