କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବଲ୍ଲଭ ଭାଇ ପଟେଲଙ୍କ ଆଜି ୧୫୦ତମ ଜୟନ୍ତୀ। ଗୁଜୁରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏକତାର ଶପଥ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ସର୍ଦ୍ଦାର ପଟେଲ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେବେ। ଦେଶର ଏକତା, ଅଖଣ୍ଡତା ଓ ରାଷ୍ଟ୍ରୀୟ ସମର୍ପଣକୁ ସୁରକ୍ଷିତ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଦରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଯୋଗଦାନ ଦେଇ ସୁନଶ୍ଚିତ କରିବାର ସଂକଳ୍ପ ନିଅନ୍ତୁ।
ପ୍ରଧାନମନ୍ତ୍ରୀ ମୋଦୀ ଏକତା ଦିବସ ଅବସରରେ ଶପଥ ଦେଇ କହିଛନ୍ତି, ମୁଁ ସତ୍ୟ ନିଷ୍ଠାର ସହିତ ଶପଥ ନେଉଛି ଯେ, ମୁଁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ସ୍ବୟଂକୁ ସମର୍ପିତ କରିବି ଓ ନିଜର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତାର ପ୍ରସାରଣ ପାଇଁ ସବୁବେଳେ ଉଦ୍ୟମ କରିବି।
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କେଭାଡିଆରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ପ୍ରତିବର୍ଷ ଅକ୍ଟୋବର ୩୧ରେ ପଟେଲଙ୍କ ଜୟନ୍ତୀ ପାଳନ ପାଇଁ ପାଳନ କରାଯାଏ।
ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସାମରିକ ପରେଡ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଦେଶରୁ ୧୬ଟି ଶୋଭାଯାତ୍ରା ଦଳ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ସଶସ୍ତ୍ର ବାହିନୀ ମଧ୍ୟ ଅନେକ ବୀରତ୍ୱ ପ୍ରଦର୍ଶନ କରିଥିଲା। ଭାରତୀୟ ବାୟୁସେନାର ବିମାନ ଫ୍ଲାଇପାଷ୍ଟ କରି ସର୍ଦ୍ଦାର ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେଡ୍ ସମୟରେ ଏନଏସଜି କମାଣ୍ଡୋମାନେ ଏହି ଦଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଏସଏଫ ଏବଂ ସିଆରପିଏଫର ଟିମ୍ ମଧ୍ୟ ବୀରତା ପ୍ରଦର୍ଶନ କରିଥିଲେ।
ଅଧିକ ପଢ଼ନ୍ତୁ: ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଆମକୁ ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବ