ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୦ତାରିଖରେ ଗୁଜରାଟ ଗସ୍ତରେ ଯିବେ। ଏହା ଏକ ଦିନିକିଆ ଗସ୍ତ ହେବ। ଶନିବାର ସେ ପ୍ରଥମେ ଗୁଜରାଟର ଭାବନଗରରେ ପହଞ୍ଚିବେ, ଯେଉଁଠାରେ ସେ ସକାଳ ପ୍ରାୟ ୧୦ଟାରେ ଏକ ରୋଡ୍ ଶୋ କରିବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ, ଏକ ସାଧାରଣ ସଭା କରିବେ। ଏହା ପରେ ପ୍ରମୁଖ ପ୍ରକଳ୍ପ ଉଦ୍ଘାଟନ କରିବେ ଏବଂ ଐତିହ୍ୟ ବିକାଶ ପ୍ରକଳ୍ପ ସମୀକ୍ଷା କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଦିନିଆ ଗୁଜରାଟ ଗସ୍ତ ଭାବନଗରରେ ଆରମ୍ଭ ହେବ। ସେ ସେଠାରେ ଏକ ରୋଡ୍ ଶୋ କରିବେ। ଏହା ପରେ ସେ ଜବାହାର ମୈଦାନରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ। ଭାବନଗର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୧.୫ ଲକ୍ଷ ଲକ୍ଷ କୋଟି ଟଙ୍କାର ଜାହାଜ ଏବଂ ସାମୁଦ୍ରିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ସେ ସହରକୁ ୧୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ମଧ୍ୟ ଉପହାର ଦେବେ।
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ପ୍ରାୟ ୧ ଟାରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସର ଅଗ୍ରଗତି ସମୀକ୍ଷା କରିବା ପାଇଁ ଅହମ୍ମଦାବାଦ ଜିଲ୍ଲାର ଲୋଥାଲ ଗସ୍ତ କରିବେ।
ଏହି କମ୍ପ୍ଲେକ୍ସକୁ ଭାରତର ପ୍ରାଚୀନ ସାମୁଦ୍ରିକ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ୪୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ "ଐତିହ୍ୟ ସହିତ ବିକାଶ" ଦୃଷ୍ଟିକୋଣକୁ ପୂରଣ କରିବା ଦିଗରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଅଧିକ ପଢ଼ନ୍ତୁ: ଖୁବ୍ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ!