ହାତୀ ମଣିଷ ଲଢେଇରେ ଜଣଙ୍କର ମୃତ୍ୟୁ,କ୍ଷେତ ମଧ୍ୟକୁ ପଶି ଯାଇଥିଲେ ହାତୀ ଢେଙ୍କାନାଳ, ଅଗଷ୍ଟ 10(ଖବର ଓଡ଼ିଶା): Share story: ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ହାତୀ ମଣିଷ ଲଢେଇରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କାଠକୁମ୍ପାର ବାଜିଆ ବାରିକ । ସୂଚନା ଅନୁସାରେ, ହିନ୍ଦୋଳ ବନାଞ୍ଚଳରେ ହାତୀ ଦାଉରୁ ଧାନ ଫସଲ ସୁରକ୍ଷିତ ରଖିବା ପାଇଁ କ୍ଷେତ ଚାରିପଟେ ସୋଲାର ଫେନ୍ସିଂ ଲଗାଯାଇଥିଲା । ହେଲେ ସୋଲାର ଫେନ୍ସିଂକୁ ମାଡି କ୍ଷେତ ମଧ୍ୟକୁ ପଶି ଯାଇଥିଲେ ହାତୀ ପଲ । ଆଉ ଏହି ହାତୀପଲଙ୍କୁ ଘଉଡାଇବା ପାଇଁ କନ୍ଧରା ସେକ୍ସନର କାଠକୁମ୍ପା ଗାଁଲୋକେ ଉଦ୍ୟମ କରିଥିଲେ । ହେଲେ ଏଥିରେ ବିଫଳ ହୋଇଥିଲେ । ଫଳରେ ଜଣେ ବ୍ୟକ୍ତିଙ୍କୁ ହାତୀ ପାଦରେ ଦଳି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ହାତୀପଲ ଜଗି ରହିଥିବାରୁ ବନ ବିଭାଗ ପହଞ୍ଚି ହାତୀ ମାନଙ୍କୁ ଘଉଡ଼ାଇଥିଲା । ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଥିଲା ବୋଲି ଜଣାପଡିଛି । ଖବର ଓଡ଼ିଶା, Reporter, 10/08/2022