ବଢୁଛନ୍ତି ଓମିକ୍ରନ୍ ଆକ୍ରାନ୍ତ: ଭୁବନେଶ୍ୱର ବିମାନ ବନ୍ଦରରେ କଡାକଡି ହେଲା କଟକଣା
Khabar Odisha:Omicron-cuts

 ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡ଼ିଶା): ଦେଶରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଏବେ ଓମିକ୍ରନ୍ ଆତଙ୍କ ଦେଖିବାକୁ ମିଳିଛି । ଗତ କାଲି କର୍ଣ୍ଣାଟକ ପରେ ଆଜି ଗୁଜୁରାଟରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯାହାକୁ ନେଇ ଏବେ ଓଡ଼ିଶା ପାଇଁ ମଧ୍ୟ କରୋନା ସଂକ୍ରମଣର ଭୟ ବଢିଛି ଯାହା ପାଇଁ ଏବେ ଭୁବନେଶ୍ୱର ବିମାନ ବନ୍ଦରରେ କଡାକଡି ହୋଇଛି କରୋନା କଟକଣା । ଏମିତିକି ବାହାର ରାଜ୍ୟରୁ ମଧ୍ୟ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିଂନି ଓ ଟେଷ୍ଟିଂ କରାଯାଉଛି ।

ବିଦେଶରୁ ଆସୁଥିବା ଲୋକମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସେମାନଙ୍କ ସବୁ ତଥ୍ୟ ଜିଲ୍ଲା ସ୍ତରରେ ବଣ୍ଟାଯାଉଥିବା ବେଳେ ଏବେ ପ୍ରତିଟି ବିଦେଶ ପେରନ୍ତାଙ୍କୁ ଟ୍ରାକ୍ କରାଯାଉଛି ।

ବିମାନବନ୍ଦରରୁ ହିଁ କରୋନା ଟେ୍େ‌ଟ କରାଯିବା ପରେ ଯେଉଁମାନଙ୍କର ପଜିଟିଭ୍ ଆସୁଛି ସେମାନଙ୍କର ଆଉ ଥରେ ଜିନୋମ୍ ସିକ୍ୱେନ୍ସ କରାଯାଇ ଭ୍ୟାରିଆଣ୍ଟ ସ୍ପଷ୍ଟ କରିବାର ନିର୍ଦ୍ଦେଶ ରହିଛି । 

ତେଣୁ ଏବେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କଟକଣାକୁ ସବୁ ସ୍ତରରୁ କଡାକଡି କରାଯାଇଛି ।

  • Tags:

Subscribe

National International State Sports Entertainment