ରାଜ୍ୟରେ ଆଜି ଆଉ 1337 ଜଣ ନୂତନ କରୋନା ରୋଗୀ ଚିହ୍ନଟ, 39018 ରେ ପହଁଞ୍ଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା
Khabar Odisha:Odisha-reports-1337-new-Covid19-casesTotal-tally-rises-to-39018
ଭୁବନେଶ୍ୱର, ଅଗଷ୍ଟ ୦୫ (ଖବର ଓଡ଼ିଶା):

ରାଜ୍ୟରେ ଥମିବାରେ ନାଁ ନେଉନାହିଁ ମହାମାରୀ କରୋନା ଭାଇରସ । ଆଜି ରାଜ୍ୟରେ ପୁଣି 1337 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 815ଜଣ ଚିହ୍ନଟ ହୋଇଥିବାବେଳେ 522 ଜଣ ଲୋକାଲ ସଂକ୍ରମଣ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 39ହଜାର 018କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 267ଜଣ । ସେହିପରି ସୁସ୍ଥ ହୋଇଛନ୍ତି 24 ହଜାର 482ଜଣ । ଏହା ସହ ରାଜ୍ୟରେ କରୋନା ଯୋଗୁଁ 225 ଜଣ ଲୋକ ପ୍ରାଣ ହରାଇ ସାରିଲେଣି । 

  • Tags:

Subscribe

National International State Sports Entertainment