ରାଜ୍ୟରେ ଆଜି ଆଉ ୧୩ ଜଣଙ୍କ ଜୀବନ ନେଲା ମହାମାରୀ କରୋନା ଭାଇରସ
Khabar Odisha:Odisha-reports-13-new-COVID19-deaths-in-the-last-24-hours
ଭୁବନେଶ୍ୱର, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା):

ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ଜୀବନ ନେଇଛି ମହାମାରୀ କରୋନା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ସର୍ବାଧିକ ୪ଜଣ ଲେଖାଁଏ ରହିଥିବା ବେଳେ, ଗଜପତିରୁ ୨, ବାଲେଶ୍ୱର, କଟକ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୬୯ ପହଁଞ୍ଚିଛି ।

  • Tags:

Subscribe

National International State Sports Entertainment