ଯାନବାହନ ଚଳାଚଳ ନେଇ ଗଞ୍ଜାମ ଜିଲ୍ଲାରେ ଲାଗିଲା କଟକଣା
Khabar Odisha:No-two-wheeler-can-operate-in-Ganjam-district
ଗଞ୍ଜାମ, ଜୁଲାଇ ୦୨ (ଖବର ଓଡ଼ିଶା):

ଗଞ୍ଜାମ ଜିଲ୍ଲାରେ ଦୃତ ଗତିରେ ବଢିବାରେ ଲାଗିଛି ମହାମାରୀ କରୋନାର ଆତଙ୍କ । ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ,ସ୍ୱାସ୍ଥ୍ୟ ଓ କୃଷି ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ।

 

କେବଳ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ ଏବଂ ଏକରୁ ଅଧିକ କିଲୋମିଟର ରାସ୍ତା ଯାତ୍ରା ନ କରିବାକୁ ଅନୁରୋଧ କରିଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

  • Tags:

Subscribe

National International State Sports Entertainment