ଖବରକାଗଜ ବିତରକ ପେଶାରେ ମହିଳା, ଶାଶୁ ବୋହୁ ଯୋଡି ବାଣ୍ଟୁଛନ୍ତି ଖବରକାଗଜ
Khabar Odisha:Newspapers-are-distributing-newspapers-in-the-profession-of-women-and-mother-in-law
ଭୁବନେଶ୍ବର, ଜାନୁଆରୀ ୨୨ (ଖବର ଓଡ଼ିଶା):

ଖରାହେଉ ଅବା ବର୍ଷା ଋତୁକାଳୀନ ବିପଦ ଆଗରେ ଅଟକିନି ସେମାନଙ୍କ ଜୀବିକା । ଶୀତକୁ ଡର ନାହିଁ କି ଝଡ଼ କୁ ଖାତିର ନାହିଁ ପେଟ ପୋଷିବା ପାଇଁ ଦୁଇ ମହିଳାଙ୍କୁ ବିଗତ ୧୫ ବର୍ଷ ଧରି ସଡ଼କ ଉପରେ ଏକ ନିର୍ଦ୍ଧିଷ୍ଟ ସମୟରେ ଦେଖୁଛନ୍ତି ସହରବାସୀ । ସମ୍ପର୍କରେ ସେମାନେ ଶାଶୁ-ବୋହୁ । ସେମାନଙ୍କ ଭିତରେ ବେଶ ଭଲ ମିଳାମିଶା । ପରସ୍ପରକୁ ସହଯୋଗ କରି ସେମାନେ ନିଜ ବୃତ୍ତିକୁ କରିଛନ୍ତି ମଧୁର ।

ମହାମାରୀ  ସମୟରେ ଯେତେବେଳେ ଲୋକେସବୁ ନିଜନିଜ ଘରେ ଥିଲେ ସେତେବେଳେ ଏହି ଶାଶୁ ବୋହୁ ଘରଘର ବୁଲି ଖବରକାଗଜ ବିତରଣ କରୁଥିଲେ । ମନ୍ଦାତାଇ ଓ ତାଙ୍କ ଶାଶୁ ସାନ୍ତାଵାଈ ସିନ୍ଧେ ଙ୍କ ଖବରକାଗଜ ବିତରକର ଏଭଳି  ସଂଘର୍ଷପୂର୍ଣ୍ଣ କାହାଣୀ ମହାରାଷ୍ଟ୍ର କୋଲ୍ହାପୁର ଜିଲ୍ଲାର ଛୋଟ ଏକ ଗାଁରୁ ଆରମ୍ଭ ହୋଇ ଏବେ ଜିଲ୍ଲା ସଦର ମହକୁମାରେ ପହଂଚିଛି

ମନ୍ଦାତାଇ ଓ ଶାନ୍ତାବାଇ ସବୁଦିନ ସକାଳ ୪ରେ ଉଠନ୍ତି । ଷ୍ଟେସନ ପାଖ ମଣ୍ଡିରେ ପହଂଚି ଖବରକାଗଜ ସଂଗ୍ରହ କରି ବିଭିନ୍ନ  ଗଳି ଓ ସାହିସାହି ରେ ବାଣ୍ଟନ୍ତି । ମନ୍ଦାତାଇ ବାଇକ  ଚଳାନ୍ତି । ସହର ର ଅଧିକାଂଶ ଲୋକ ଉଠିବା ବେଳକୁ ସରିଯାଏ ଉଭୟ ଶାଶୁବୋହୁ ଯୋଡ଼ିଙ୍କ କାମ ।

ରାଉରକେଲାର ମହିଳା ହକର କିଶୋରୀ : ଖବରକାଗଜ ବିତରକ ଭାବେ ଆମରାଜ୍ୟର ଅନେକ ମହିଳା ମଧ୍ୟ ସାମ୍ନା କୁ ଆସିଲେଣି । ରାଉରକେଲା ର କିଶୋରୀ ଜେନା ବିଗତ ୧୯ ବର୍ଷ ଧରି ସେକ୍ଟର ୨ ବସଷ୍ଟାଣ୍ଡ ଅଞ୍ଚଳରେ  ସବୁଦିନ ସକାଳୁ ଖବରକାଗଜ ସଂଗ୍ରହକରିବା ଓ ନିଜର ସ୍କୁଟିରେ ଘର ଘର ବୁଲି ବାଣ୍ଟିବା ଦେଖିବାକୁ ମିଳିଥାଏ । ନିଜର ୬ ଭାଇଭଉଣୀ ଙ୍କ ମଧ୍ୟରେ ବଡ଼ କିଶୋରୀ ପରିବାର ର ଭାର ନିଜ କାନ୍ଧକୁ ନେଇ ପୁରୁଷ ପ୍ରାଧାନ୍ୟ ଥିବା ଏହି ବୃତ୍ତିରେ ପାଦ ଥାପିଥିଲେ ।

ଭୁବନେଶ୍ୱରର ଚର୍ଚ୍ଚିତ ପେପର ବିତରକ ଶୁଭ୍ରା : ଭୁବନେଶ୍ୱର ଶହୀଦନଗର ରୁ ଦୈନିକ ୨୦ କିମି ତାଙ୍କର ସାଇକେଲ ଗଡେ । ଦିନେ ସେ  ଖବର କାଗଜ ର ଶିରୋନାମା ପାଲଟୁଥିଲେ । ଏବେ ଖବରକାଗଜ ବାଣ୍ଟିଲେ ତାଙ୍କର ପେଟ ପୁରୁଛି । ୧୯୯୨ ମସିହାରେ ଶୁଭ୍ରାରାଣୀ ଦାସ ଓଡିଶା ମହିଳା ଫୁଟବଲ ଟିମର କ୍ୟାପଟେନ ଥିଲେ । ଦୀର୍ଘ ବର୍ଷ ଧରି ଓଡିଶା ଖୋଖୋ ଟିମ ର ପ୍ରତିନିଧିତ୍ବ କରିଥିଲେ । ସ୍ବାମୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ଶୁଭ୍ରା ଖେଳ ଛାଡି ଘରେ ରହିଲେ ଓ ପରେ ଖବର କାଗଜ ବିକ୍ରିର ବୃତ୍ତି ଆପଣାଇଲେ ।

ଶୁଭ୍ରା କିଶୋରୀଙ୍କ ଭଳି ଆମରାଜ୍ୟର ଅନେକ ମହିଳା ଘରେ ଓ ବାହାରେ ବେଶ ସଫଳତାର ସହ ନିଜ ବୃତ୍ତି କୁ ଆଗକୁ ନେଉଥିବା ଦେଖିବାକୁ ମିଳୁଛି ।

  • Tags:

Subscribe

National International State Sports Entertainment