ଦେଶରେ ପୁଣି ପୂର୍ବ ରେକର୍ଡ ଭାଙ୍ଗିଲା କରୋନା, ଗତ ୨୪ ଘଣ୍ଟାରେ ୯ ହଜାର ୯୭୧ ଆକ୍ରାନ୍ତ ଚିହ୍ନଟ , ୨୮୭ ଜଣଙ୍କ ମୃତ୍ୟୁ
Khabar Odisha:National-record-number-of-Corona-positive-and-death-case-in-24-hours-in-India
ନୂଆଦିଲ୍ଲୀ, ଜୁନ 7 (ଖବର ଓଡ଼ିଶା):

 ଦିନକୁ ଦିନ ମହାମାରୀ କରୋନାକୁ ନେଇ ସାରା ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେଉଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ପ୍ରାୟ ୧୦ ହଜାର ମାମଲା ସାମନାକୁ ଆସୁଛି । ଆଜି ପୁଣି ରେକର୍ଡ ସଂଖ୍ୟକ ୯, ୯୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ  ୪୬ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ନିକଟତର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୟଙ୍କର ରୂପ ନେଉଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୯ ହଜାର ୯୭୧ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହା ପୂର୍ବ ଅପେକ୍ଷା ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ଏହାସହ ୨୮୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।    ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୪୬ ହଜାର ୬୨୮ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୬ ହଜାର ୯୨୯ ଜଣଙ୍କ ମୃତ୍ୟୁ ଘଟିଛି । 

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧, ୧୯,୨୯୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୨୦ ହଜାର ୪୦୬ ସକ୍ରିୟ ଅଛନ୍ତି।ଏବେ ୧ ଲକ୍ଷ ୨୦ ହଜାର ୪୦୬  ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୮୦ ହଜାର ୯୬୮ ଜଣ ସଂକ୍ରମିତ ଥିବା ବେଳେ ୨୯୬୯ ଜଣଙ୍କ ମୃତ୍ୟୁ ଘଟିଛି ।

  • Tags:

Subscribe

National International State Sports Entertainment