ଫେବ୍ରୁଆରୀ 1ରୁ ମହଙ୍ଗା ହୋଇପାରେ ଟ୍ରେନ ଯାତ୍ରା, 20 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଭଡା
Khabar Odisha:National-news-indian-railway-train-fare-hike-soon-trains-ticket-to-get-expensive-up-to-20-percent-from-february
ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା):

ଭାରତୀୟ ରେଳବାଇ ଖୁବଶୀଘ୍ର ଯାତ୍ରୀ ଭଡାରେ ବୃଦ୍ଧି କରିପାରେ । ରେଲୱେ ବୋର୍ଡକୁ ଏଥିପାଇଁ ମଞ୍ଜୁରୀ ମିଳି ସାରିଛି । ଏଥିପାଇଁ ରେଳ ଅଧିକାରୀଙ୍କ ମଧ୍ୟରେ ମନ୍ଥନ ମଧ୍ୟ ହୋଇସାରିଛି । ସୂତ୍ର ଅନୁସାରେ ରେଲୱେ ସବଅର୍ବାନ ଟ୍ରେନରୁ ଆରମ୍ଭ କରି ମେଲ/ ଏକ୍ସପ୍ରେସର ପ୍ରତିଟି ଶ୍ରେଣୀର ଭଡାରେ ବୃଦ୍ଧି କରିବାକୁ ଯାଉଛି । ଏହି ବୃଦ୍ଧି 5 ପଇସା ପ୍ରତି କିମିରୁ ଆରମ୍ଭ କରି 40 ପଇସା କିମି ପ୍ରତି କିମି ପର୍ଯନ୍ତ ବୃଦ୍ଧି ହୋଇପାରେ । ଏହିପରି ଭାବେ ରେଲୱେର ପ୍ରତିଟି କ୍ଲାସର ଭଡାରେ 15ରୁ 20 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । 

ଏହି ବଦ୍ଧିତ ଭଡାର ଘୋଷଣା ଡିସେମ୍ୱର ଶେଷରେ ହେବାର ସମ୍ଭାବନା ରହିଛି । ସେହିପରି ବଦ୍ଧିତ ଭଡା 2020 ମସିହା ଫେବ୍ରୁଆରୀ 1 ତାରିଖରୁ ଲାଗୁ ହୋଇପାରେ । ରେଲୱେ ଶେଷ ଥର ପାଇଁ 2014 ମସିହାରେ ସେହି ସମୟରେ ନୂଆ ସରକାର ହେବା ପରେ ଭଡାରେ ପ୍ରାୟ 15 ପ୍ରତିଶତ ବୃଦ୍ଧି କରିଥିଲା । ବର୍ତ୍ତମାନ ସମୟରେ ରେଲୱେର ଖର୍ଚ୍ଚରୁ ହାରାହାରୀ 43 ପ୍ରତିଶତ କମ ଭଡା ଆଦାୟ କରୁଛି । 

ଯଦି ଭିନ୍ନ-ଭିନ୍ନ କ୍ଲାସର କଥା କହିବା ତେବେ ରେଲୱେକୁ ସବଅର୍ବାନ ଟ୍ରେନର ଭଡାରେ ପ୍ରାୟ 64 ପ୍ରତିଶତ କ୍ଷତି ସହିବାକୁ ପଡୁଛି । ସେହିପରି ନନ ଅର୍ବାନ ଟ୍ରେନର ଯାତ୍ରାରେ 40 ପ୍ରତିଶତ କ୍ଷତି ହେଉଛି । ସେହିପରି ଏସି 1ରେ 24 ପ୍ରତିଶତ, ଏସି 2ରେ ପ୍ରାୟ 27 ପ୍ରତିଶତ, ସ୍ଲୀପର କ୍ଲାସରେ ପ୍ରାୟ 34 ପ୍ରତିଶତ କ୍ଷତି ଏବଂ ଚେୟାର କ୍ଲାସରେ ପ୍ରାୟ 16 ପ୍ରତିଶତ କ୍ଷତି ହେଉଛି । 

Subscribe

National International State Sports Entertainment